୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିକୁ ବିମାନ ଉଡିବ: ମୁଖ୍ୟ ସଚିବ

ଭୁବନେଶ୍ବର/ମାଲକାନଗିରି: କେନ୍ଦ୍ରମନ୍ତ୍ରୀଙ୍କ ଭଳି ରାଜ୍ୟ ସରକାର ଆକାଂକ୍ଷା ଜିଲ୍ଲାର ସମୀକ୍ଷା କରୁଛନ୍ତି।  ରାଜ୍ୟ ମୁଖ୍ୟ ଶାସନ ସଚିବ ସୁୁରେଶ ଚନ୍ଦ୍ର ମହାପାତ୍ର ଆଜିଠାରୁ ୪ ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସେ ପ୍ରଥମ ଦିନରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତିି। ମୁଖ୍ୟ ସଚିବଙ୍କ ଏହି ଗସ୍ତରେ ସ୍ବାଭିମାନ ଅଂଚଳ ଓ ମାଲକାନଗିରି ଏୟାର ଷ୍ଟ୍ରିପ୍, ପାନୀୟ ଜଳ ଓ ରାସ୍ତା ଆଦି ‌ଫୋକସ ରହିଛି।

ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିିଛନ୍ତି ଯେ, ୨୦୨୪ ମସିହା ମାର୍ଚ୍ଚ ସୁଦ୍ଧା ମାଲକାନଗିରିକୁ ବିମାନ ଉଡିବ। ଏୟାର ଷ୍ଟ୍ରିପ୍ ଲାଗି ଜମି ଓ ଜଂଗଲ ଅଧିଗ୍ରହଣ ସରିଛି। ଖୁବ ଶୀଘ୍ର ଟେଣ୍ଡର ଓହଓ୍ବାନ କରିବ ପୁର୍ତ୍ତ ବିଭାଗ। ମୁଖ୍ୟ ଶାସନ ସଚିବ ଆସନ୍ତାକାଲି ସ୍ବାଭିମାନ ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର