ମୁହଁ ଖୋଲିଲେ ଦେବେନ୍ଦ୍ରଙ୍କ ବାପା, ମା’ : ‘ବଦ୍‌ନାମ କରିବାକୁ ବିରୋଧୀଙ୍କ ଚକ୍ରାନ୍ତ’

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗଉଡ଼ପଡ଼ା ଗ୍ରାମରେ ଘରେ ପଶି ମା’ ଓ ଝିଅଙ୍କୁ ମାଡ଼ ମାରିବା ନେଇ ପୁଲିସ ମାମଲରେ ଫସିଥିବା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫଦାରି ଭୟରେ ଆତ୍ମଗୋପନ କରିଛନ୍ତି। ଏଣେ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ଟିମ୍‌ ତାଙ୍କୁ ଗିରଫ କରିବାକୁ ପ୍ରବଳ ଉଦ୍ୟମ ଚଳାଇଛି। ଏଥି ନିମନ୍ତେ କନ୍ଧମାଳ ଏସ୍‌ପିଙ୍କ ତତ୍ୱାବଧାନରେ ୨ଟି ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ହେଲେ ଆଜି ଦେବେନ୍ଦ୍ରଙ୍କ ବାପା, ମାଆ ଘଟଣା ନେଇ ମୁହଁ ଖୋଲିଛନ୍ତି। ଗଣମାଧ୍ୟମ ଆଗରେ ଦେବେନ୍ଦ୍ରଙ୍କ ବାପା କଣ୍ଠେଶ୍ୱର କହଁର ଓ ମା’ ସୁନେଲି କହଁର ବୟାନ ଦେଇ ଅଭିଯୋଗ କରିଛନ୍ତି, ପୁଅ ଦେବେନ୍ଦ୍ର ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ସେ କିଭଳି ଟିକେଟ ନ ପାଇବ ସେଥି ନିମନ୍ତେ କିଛି ରାଜନୈତିକ ବିରୋଧୀ ତାକୁ ଓ ତାଙ୍କ ପରିବାରକୁ ବଦ୍‌ନାମ କରିବାକୁ ଚକ୍ରାନ୍ତ କରିଛନ୍ତି। ଏ ନେଇ ଜାତୀୟ ମାନବଧିକାର କମିସନଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଦେବେନ୍ଦ୍ରଙ୍କ ବାପା ଓ ମା’ କହିଛନ୍ତି।

ସମ୍ବନ୍ଧିତ ଖବର