ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ‘ଓରେଡା’ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତଥା ‘ଓରେଡା’ର ଅଧ୍ୟକ୍ଷଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର: ଖଣ୍ଡଗିରି ପାହାଡ ପାଦଦେଶରେ ଥିବା ବିଜୁ ଫଟ୍ଟନାୟକ ଶକ୍ତି ପାର୍କ ଠାରେ ରବିବାର ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା)ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ତିନି ଦଶନ୍ଧିର ଗୌରବମୟ ଗାଥାକୁ ପୁନଃରୁଥାନ କରିବା ଅବସରରେ ଆୟୋଜିତ କର୍ମଶାଳା ଭିତିକ ପ୍ରଦର୍ଶନୀରେ ଓରେଡାର ସମସ୍ତ କର୍ମକର୍ତା, ଏହାର ସହଯୋଗୀ ଅନୁଷ୍ଠାନଗୁଡିକ, ନିମନ୍ତ୍ରିତ ଅତିଥି ଏବଂ ଓରେଡାର ପୂର୍ବ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀମାନେ ଯୋଗ ଦେଇଥିଲେ ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା, ଭାରତୀୟ ପ୍ରଶାସନିକ ଅଧିକାରୀ, ରୂପା ମିଶ୍ରଙ୍କ ଉପସ୍ଥିତିରେ ଗଣ ଶିକ୍ଷା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏକ କର୍ମଶାଳା ଭିତିକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ପାତ୍ର କହିଥିଲେ ଯେ, ଓରେଡା ଏହାର ୩୫ ତମ ପ୍ରତିଷ୍ଠା ଦିବସକୁ ଏକ ଭିନ୍ନ ଢଙ୍ଗରେ ପାଳନ କରୁଛି। ସାରା ରାଜ୍ୟରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ତିନି ଦିନ ବ୍ୟାପୀ ଆୟୋଜିତ ଏହି ପ୍ରଦର୍ଶନୀ ସୁଦୂର ପ୍ରସାରୀ ହେବ। ପରିବେଶରେ ବିଶାଳ ପରିବର୍ତନ ଏବଂ ଗ୍ଲୋବାଲ୍‌ ୱାର୍ମିଂ ଯୋଗୁଁ ଦିନ ଆସିବ କୋଇଲା ଓ ଜଳ ବିଦ୍ୟୁତ ପରି ପାରମ୍ପରିକ ଶକ୍ତି ଉତ୍ସ ସମାପ୍ତ ହୋଇଯିବ ବର୍ତମାନ ବିଶ୍ୱ ନେତାମାନଙ୍କ ପାଇଁ ସମୟ ଆସି ପଂହଚିଛି ଯେ ସେମାନେ ଆପୋଷ ବୁଝାମଣା ଭିତିରେ ଏହାର ସ୍ଥାୟୀ ସମାଧାନ କରିବା ଆବଶ୍ୟକ। ଏହା ମଧ୍ୟରେ ଓରେଡାକୁ ଆଉ କିଛି ପାଦ ଆଗକୁ ଯିବାକୁ ହେବ। ସୌର, ଜୁଆର, ପବନ ଏବଂ ବଜ୍ୟ ବସ୍ତୁ ପରି ଅଣ ପାରମ୍ପରିକ ଉତ୍ସରୁ ଶକ୍ତି ସଂଗ୍ରହ କରିବା ନିମନ୍ତେ ଓରେଡା ଚେଷ୍ଟା କରିବା ପାଇଁ ସମୟ ଉପନୀତ ଶକ୍ତି କ୍ଷେତ୍ରରେ ଓରେଡା ବହୁତ କିଛି କାର୍ଯ୍ୟ କରିଛି। ଏହାର ଏକ ଉଜ୍ଜ୍ୱଳ ଭବିଷ୍ୟତ ରହିଛି ପରିଶେଷରେ ଓରେଡା ପରିବାରକୁ ସେମାନଙ୍କର ବହୁମୂଲ୍ୟ ସହଯୋଗ ନିମନ୍ତେ ସେ ରୂପା ମିଶ୍ର ଏବଂ ଶର୍ମାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉପସ୍ଥିତ ଜନସାଧାରଣମାନଙ୍କୁ ସମ୍ବୋଧନ କରିବା ଅବସରରେ ଶର୍ମା କହିଥିଲେ, ପ୍ରଦୂଷଣ ମାତ୍ରାଧିକ ସ୍ତରରେ ପଂହଚିଯାଇଛି। ବିଶ୍ୱକୁ ଗ୍ଲୋବାଲ୍‌ ୱାର୍ମିଂରୁ ମୁକ୍ତ କରିବା ଅଧିକ ଅଣ ପାରମ୍ପରିକ ଶକ୍ତିର ବ୍ୟବହାର କରିବାକୁ ସେ ଉପସ୍ଥିତ ଜନସାଧାରଣମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଓରେଡାର ଜନ୍ମ ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ।

ରୂପା ମିଶ୍ର କହିଥିଲେ, ଦୀର୍ଘ ତିନି ଦଶନ୍ଧି ହେଲା ଓରେଡା ପ୍ରକଳ୍ପ ନିଷ୍ପାଦକ ଭାବରେ କାର୍ଯ୍ୟ କରି ଆସୁଛି କିନ୍ତୁ ୩୫ ବର୍ଷର ଗୌରମମୟ ଯାତ୍ରା ପରେ ଓଡିଶାର ଶକ୍ତି କ୍ଷେତ୍ରରେ ବିକାଶ ପାଇଁ ଓରେଡାକୁ ଏକ ନୂତନ ଭୂମିକା ଧାରଣ କରିବାକୁ ହେବ। ଏହାର ଚାରି ଗୋଟି ଦିଗ ରହିଛି। ସେଗୁଡିକ ହେଲା ପ୍ରକଳ୍ପ ସମ୍ପାଦନ, ଶିକ୍ଷା, ଗବେଷଣା ଓ ଅଭିନବୀକରଣ ଏବଂ ଦକ୍ଷତା ବିକାଶ। ରାଜ୍ୟର ବିକାଶ ନିମନ୍ତେ ଓରେଡା ଅନେକ କିଛି କାର୍ଯ୍ୟକ୍ରମ ହାତକୁ ନେଇଛି।

ସମ୍ବନ୍ଧିତ ଖବର