‘ଆହାର’ କେନ୍ଦ୍ରରେ ଆରମ୍ଭ ହେଲା ପ୍ଲାଷ୍ଟିକ ଦିଅ, ପେଟପୁରା ଖାଅ ଅଭିଯାନ

କୋରାପୁଟ: ଶାଢ଼ୀକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ଥାଏ କୋରାପୁଟର କୁନି ସହର କୋଟପାଡ଼ | ଏବେ କିନ୍ତୁ ଏହି ସହର କିଛି ବିଶେଷ ଅଭିଯାନ ପାଇଁ ଚର୍ଚ୍ଚା ପରିସରକୁ ଆସିଛି | କାରଣ ଆରମ୍ଭ ହୋଇଛି ପ୍ଲାଷ୍ଟିକ ଦିଅ, ପେଟେ ଖାଅ ଭଳି ସ୍ୱତନ୍ତ୍ର ଅଭିଯାନ | କୋଟପାଡ଼ ଏନଏସି ପକ୍ଷରୁ ଏଭଳି ନିଆରା ଅଭିଯାନ ଆରମ୍ଭ କରାଯାଇଛି | ଯାହାଫଳରେ ଏକ କିଲୋ ପ୍ଲାଷ୍ଟିକ ଦେବାଦ୍ଵାରା ପେଟେ ଖାଇବାକୁ ମିଳୁଛି | ଗତକାଲିଠାରୁ ଆହାର କେନ୍ଦ୍ରରେ ଏଭଳି ଏକ ଭିନ୍ନ ଅଭିଯାନ ଆରମ୍ଭ କରାଯାଇଛି |

ଯାହାଦ୍ୱାରା ପ୍ଲାଷ୍ଟିକ ବ୍ୟାଗ, ବୋତଲ, ଆଣି ଦେଲେ ୫ ଟଙ୍କିଆ ଆହାର ମିଳୁଛି | ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ କହିଛନ୍ତି ଯେ ପ୍ଲାଷ୍ଟିକ ଆବର୍ଜନା ଦ୍ୱାରା ଜୀବଜଗତ ଉପରେ କୁପ୍ରଭାବ ପଡୁଛି | ସେଥିପାଇଁ ପ୍ଲାଷ୍ଟିକ କୁପ୍ରଭାବରୁ ସମସ୍ତଙ୍କୁ ସୁରକ୍ଷା ଦେବାକୁ ଛୋଟ ପ୍ରୟାସ ଆରମ୍ଭ ହୋଇଛି |

ଏଠାରେ ସୂଚନା ଥାଉ କି ରାସ୍ତାରେ ପଡିଥିବା ପ୍ଲାଷ୍ଟିକ ଗୋଟାଇ ଆଣିଲେ ପେଟପୁରା ମାଗଣା ଖାଦ୍ୟ ଦିଆଯିବା ନେଇ ଛତିଶଗଡ଼ର ଅମ୍ବିକାପୁରରେ କିଛିଦିନ ତଳେ ଏକ କାଫେର ଉଦଘାଟନ କରାଯାଇଥିଲା | ଏଠାରେ ଯଦି ଆପଣ ୫୦୦ କିଲୋଗ୍ରାମ ପ୍ଲାଷ୍ଟିକ ନେଇ ଯାଆନ୍ତି ଜଳଖିଆ ମାଗଣାରେ ଖାଇବାକୁ ଦିଆଯାଉଛି | ଅମ୍ବିକାପୁରର ଏହି କାଫେରୁ ସଂଗ୍ରହ ହୋଇଥିବା ପ୍ଲାଷ୍ଟିକକୁ ରାସ୍ତା ନିର୍ମାଣରେ ବ୍ୟବହାର କରାଯିବ |

ସମ୍ବନ୍ଧିତ ଖବର