ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରିଲେ ରାଜ୍ୟ ସରକାର, ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲା ହେଲା ଅରେଞ୍ଜ ଜୋନ୍

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା୨୦ଜଣ କରୋନା ପଜିଟିଭଙ୍କ ଭିତରୁ ୧୭ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାଯିବା ପରେ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରିଛନ୍ତି ସରକାର। ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଏହି ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଜୋନ୍ ଘୋଷଣା କରାଯାଇଛି।

ଗୃହ ମନ୍ତ୍ରଣାଳୟର ନିର୍ଦେଶାବଳୀ ଅନୁଯାୟୀ, ଗଞ୍ଜାମ ବର୍ତ୍ତମାନ ରେଡ ଜୋନ୍ ଅଧୀନରେ ସାମିଲ ହେଲା। ଏଠାରେ ସକ୍ରିୟଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି।

ଯେହେତୁ ଜଗତସିଂହପୁର ଏବଂ ମୟୂରଭଞ୍ଜରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି, ସେହି ଦୁଇଟି ଜିଲ୍ଲାକୁ ଅରେଞ୍ଜ ଜୋନରେ ସାମିଲ କରାଯାଇଛି।

ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ଜୋନ୍ ପାଇଁ ପ୍ରଚଳିତ ସମସ୍ତ ସର୍ତ୍ତଗୁଡିକ ଜିଲ୍ଲା ଓ ପୌର ସଂସ୍ଥା ନିଗମରେ ପାଳନ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଉଲ୍ଲେଖଯୋଗ୍ୟ, ଗଞ୍ଜାମ ହେଉଛି ଓଡ଼ିଶାର ଚତୁର୍ଥ ଜିଲ୍ଲା ତଥା ପଞ୍ଚମ ଅଞ୍ଚଳ, ଯାହାକି ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲା ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ଅଞ୍ଚଳ ପରେ ରେଡ୍ ଜୋନ୍ ଭାବରେ ନାମିତ ହୋଇଛି।

ସମ୍ବନ୍ଧିତ ଖବର