ହେନ୍ତାଳ ପ୍ରଜାତିର ଜିନ୍‌ ଅନୁକ୍ରମ

ଭୁବନେଶ୍ବର : ମାତ୍ରାଧିକ ଲବଣ ସହିଷ୍ଣୁ ଓ ଲବଣ ସ୍ରାବିତ ହେନ୍ତାଳବଣରେ ଅବସ୍ଥାନ କରୁଥିବା ଏକ ପ୍ରଜାତିର ଦେଶରେ ପ୍ରଥମ ଥର ଲାଗି ଜିନ ଅନୁକ୍ରମ କରାଯାଇଛି। ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍‌) ଓ ତାମିଲନାଡ଼ୁସ୍ଥିତ ଏସ୍‌ଆର୍‌ଏମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି ମିଳିତ ଭାବେ ପରୀକ୍ଷଣ କରିଥିବା ବେଳେ ଏହାର ନାମ ରହିଛି ଏଭିସିନିଆ ମେରିନା।

ହେନ୍ତାଳବଣ ଏକ ବିଶେଷ ପ୍ରଜାତି ଗୋଷ୍ଠୀର, ଯାହାକି ଅନ୍ତ-ଜଳୀୟ ମୁହାଣ କର୍ଦ୍ଦମାକ୍ତ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଅତି ମାତ୍ରାରେ ଲବଣାକ୍ତ ଅବସ୍ଥାରେ ହିଁ ସେମାନେ ବଞ୍ଚି ରହିଥାନ୍ତି। ଏଭିସିନିଆ ମେରିନା ଭାରତର ଉପକୂଳବର୍ତ୍ତୀ ସମୁଦ୍ର କ୍ଷେତ୍ରରେ ପରିଲକ୍ଷିତ ହେଉଥିବା ସବୁଠାରୁ ବଡ଼ ପ୍ରଜାତି, ଯାହାକୁ ହେନ୍ତାଳ ବଣ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ନେଚର୍‌ କମ୍ୟୁନିକେସନ ବାୟୋଲୋଜିର ସଦ୍ୟତମ ସଂଖ୍ୟାରେ ଏହି ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ୮୮ ବିନ୍ଦୁ ଓ ୨୫୨ ସଂସ୍ପର୍ଶରୁ ପ୍ରାପ୍ତ ୩୧ ଗୁଣ ସୂତ୍ରରେ ଆନୁମାନିତ ୪୬୨.୭ ଏମବିଏ ସାମୁଦ୍ରିକ ଜିନମର ୪୫୬.୬ ଏମବିଏ ସଂଯୋଜନ ଦ୍ବାରା ଜଣାପଡ଼ିଛି। ଏହି ଅଧ୍ୟୟନରେ ନୂତନତମ ଜିନୋମ ଅନୁକ୍ରମଣ ଓ ସଂଯୋଜନ ପ୍ରଯୁକ୍ତିକୁ ନିୟୋଜିତ କରାଯାଇଛି। ୩୧,୪୭୭ ପ୍ରୋଟିନ୍‌ କୋଡିଂ ଜିନ୍‌, ସେଲିନମକୁ ଚିହ୍ନଟ କରାଯାଇଛି। ଯେଉଁଥିରେ ୩୨୪୬ ଲବଣତା ପ୍ରକ୍ରିୟାଶୀଳ ଜିନ୍‌ ଓ ପରୀକ୍ଷାମୂଳକ ଭାବେ ୬୧୪ ଲବଣ ସହନଶୀଳତା ଜିନ୍‌ ହୋମଲୋଗ ସାମିଲ ରହିଛି।

ଅଧ୍ୟୟନରୁ ମିଳିଥିବା ଜିନୋମିକ ସଂଶାଧନର ଗବେଷକମାନଙ୍କ ପାଇଁ ସମୁଦ କ୍ଷେତ୍ରର ମହତ୍ବପୂର୍ଣ୍ଣ ଫସଲ ପ୍ରଜାତିମାନଙ୍କୁ ଶୁଷ୍କ ଓ ଲବଣାକ୍ତ ଜଳ ସହିଷ୍କରୁ ଧରଣର ବିହନ ବିକାଶ ପାଇଁ ଚିହ୍ନଟ ହୋଇଥିବା ଜିନ୍‌ କ୍ଷମତାର ଅଧ୍ୟୟନ କରିବା ପାଇଁ ମାଗ ପ୍ରଶସ୍ତ କରିବ। ଦେଶରେ ମୋଟ ୭୫ଶହ କି.ମି ସମୁଦ୍ର କ୍ଷେତ୍ର ସହିତ ଦୁଇଟି ପ୍ରମୁଖ ଦୀପ ପାଇଁ ମଧ୍ୟ ଏହି ଅଧ୍ୟୟନର ଫଳାଫଳ ମହତ୍ବ ବହନ କରୁଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର