ରାଜ୍ୟ ସରକାର ଆରମ୍ଭ କଲେ ଡାଟା ପୋର୍ଟାଲ୍‌ : ଆରଟିଆଇ ବିନା ମିଳିବ ସବିଶେଷ ସୂଚନା

ଭୁବନେଶ୍ୱର: ସଚିବାଳୟରେ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ମଙ୍ଗଳବାର ‘ଓଡ଼ିଶା.ଡାଟା.ଜିଓଭି.ଇନ୍‌’ ପୋର୍ଟାଲର ଉଦଘାଟନ ହୋଇଛି । ଓଡ଼ିଶା.ଡାଟା.ଜିଓଭି.ଇନ୍‌ ପୋର୍ଟାଲରେ ସରକାରଙ୍କ ବିଭିନ୍ନ ବିଭାଗର ତଥ୍ୟ ଉପଲବ୍ଧ ହେବ । ସାଧାରଣ ଲୋକେ ସେହିପରି ବିନା ଆରଟିଆଇ ମାଧ୍ୟମରେ ସବିଶେଷ ସୂଚନା ଏହି ସାଇଟରୁ ପାଇପାରିବେ ।

ପ୍ରଥମ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ଏହାକୁ ଲାଗୁ କରାଯାଇଛି । ଅନ୍ୟ ବିଭାଗରେ ଖୁବଶୀଘ୍ର ଏହାକୁ ଲାଗୁ କରାଯିବ । ସେହିପରି ପ୍ରତ୍ୟେକ ବିଭାଗରେ ମୁଖ୍ୟ ଡାଟା ଅଫିସର ନିଯୁକ୍ତ କରାଯିବ । ଏହି ସମାରୋହରେ ମୁଖ୍ୟଶାସନ ସଚିବ ଓ ସୂଚନା ପ୍ରଯୁକ୍ତି ସଚିବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର