ଖରିଫ ଋତୁରେ ଧାନ ସଂଗ୍ରହ ଲାଗି ଚାଷୀଙ୍କ ପଞ୍ଜିକରଣ ସମୟସୀମା ୭ଦିନ ବଢ଼ିଲା

ଭୁବନେଶ୍ବର: ଖରିଫ ଋତୁରେ ଧାନ ସଂଗ୍ରହ ଲାଗି ଚାଷୀଙ୍କ ପଞ୍ଜିକରଣ ସମୟସୀମା ୭ଦିନ ବଢ଼ାଇଛନ୍ତି ସରକାର। ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଷୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ। ଏଯାବତ୍ ୧୦ ଲକ୍ଷ ଚାଷୀ ଏଥିଲାଗି ପଞ୍ଜିକରଣ କରିଛନ୍ତି। ଅହୁରି ବହୁ ସଂଖ୍ୟକ ଚାଷୀ ଏଯାବତ୍ ପଞ୍ଜିକରଣ କରି ପାରି ନ ଥିବାରୁ ସରକାର ଏହି ସମୟସୀମା ବୃଦ୍ଧି କରିଛନ୍ତି।

ମଙ୍ଗଳବାର ଏହି ସୂଚନା ଦେଇ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି କି ଖରିଫ ଋତୁରେ ଅଧିକରୁ ଅଧିକ ଚାଷୀଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ। ଏଥିଲାଗି ଚାଷୀଙ୍କୁ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ପଡ଼ିବ । ଯେହେତୁ ଏଥିଲାଗି ଧାର୍ଯ୍ୟ ଶେଷ ତାରିଖ ସେପଟେମ୍ବର ୧୦ ସୁଦ୍ଧା ସମସ୍ତ ଚାଷୀ ନିଜ ନାମ ପଞ୍ଜିକରଣ କରିପାରି ନାହାନ୍ତି, ତେଣୁ ସେମାନଙ୍କ ସୁବିଧା ଲାଗି ସମୟସୀମା ୭ ଦିନ ବଢ଼ାଇ ଦିଅ‌ାଯାଇଛି।

ସମ୍ବନ୍ଧିତ ଖବର