ସମସ୍ୟା ଘେରରେ କଟିଙ୍ଗକନା ଗାଁ : ପ୍ରକୃତି ଦେଇଥିବା ପାହାଡ଼, ପର୍ବତ, ଝରଣା ଯୋଗୁଁ ଜୀବନ ବଞ୍ଚାଇଛନ୍ତି ଅଧିବାସୀ

ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ନାହିଁ, ସରକାରୀ ଯୋଜନା କାହା ପାଇଁ

ଭବାନୀପାଟଣା : ଗରିବ ଲୋକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ମୌଳିକ ଅଧିକାର ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି । ହେଲେ ଲାଭଖୋର ପ୍ରତିନିଧି, ରାଜନେତା ଓ ଅଧିକାରୀଙ୍କ ଯୋଗୁଁ ଗରିବ ଲୋକେ ସାଧାରଣ ମୌଳିକ ଅଧିକାରରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଆଜି ଲୋକେ ପରାଧୀନ ଭାବେ ଜୀବନ ଅତିବାହିତ କରୁଅଛନ୍ତି । ପୂର୍ବ ପୁରୁଷରୁ ଆଜି ପର୍ଯ୍ୟନ୍ତ ସେମାନେ ପ୍ରକୃତି ଦେଇଥିବା ପାହାଡ଼ ପର୍ବତ ଝରଣା ଯୋଗୁଁ ଜୀବନ ବଞ୍ଚିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସଗାଡ଼ା ପଂଚାୟତର ଗାଁ କଟିଙ୍ଗକାନା ନଇଁ ନାଳ ପାହାଡ଼ ପର୍ବତ ଘେରା ଏହି ଆଦିବାସୀ ଅଧ୍ୟୁଷିତ ଗାଁ । ଏହି ଗାଁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ଗ୍ରାମରେ ବିଦ୍ୟାଳୟ ନ ଥିବାରୁ ଅନେକ ଲୋକ ଶିକ୍ଷାରୁ ବଞ୍ଚିତ ହୋଇଥିବା ବେଳେ ବହୁ ଛାତ୍ରଛାତ୍ରୀ ସିଲଟ ଦେଖି ନାହାନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ନ ଥିବା ବେଳେ ଅନେକ ଗର୍ଭବତୀ ପ୍ରସୂତୀ ମହିଳାମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଶିଶୁ, ଗର୍ଭାବତୀ ମହିଳା, କିଶୋରୀ ବାଳିକାମାନଙ୍କ ଅଙ୍ଗନବାଡ଼ି ଦ୍ୱାରା ପରିଚାଳିତ ସାମଗ୍ରୀ ଲୋକେ ସଠିକ ଭାବେ ପାଇଁ ପାରୁ ନାହାନ୍ତି । ଅନ୍ୟ ପକ୍ଷରେ ପ୍ରି ସ୍କୁଲ କଣ ଜାଣି ନାହାଁନ୍ତି ଛୋଟ ଛୋଟ କୋମଳମତି ଶିଶୁ । ଏହି ଗାଁରେ ସବୁଦିନିଆ ରାସ୍ତା ନାହିଁ । ଫଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସାମଗ୍ରୀ ପାଇଁ ପାହାଡ଼, ନଇଁ, ନାଳ ପାର ହୋଇ ଶଗଡଆ ପଂଚାୟତକୁ ଯିବାକୁ ପଡେ। ଅନେକ ମନରେଗା ଯୋଜନା କାର୍ଯ୍ୟ ସମ୍ପାଦନ ମେସିନ ଦ୍ୱାରା ହେଉଥିବା ଅଭିଯୋଗ ହେଉଛି। ଅନେକ ସମୟରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା ସହ ଗ୍ରାମକୁ ଆମ୍ବୁଲାନ୍ସ ଆସି ପାରୁ ନ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟଜଳ, ସବୁଦିନିଆ ରାସ୍ତା, ଆଦି ମୌଳିକ ସମସ୍ୟା ସମାଧାନ ଦିଗରେ ଶାସନ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର