କଳିଙ୍ଗନଗରରେ ଘରୋଇ ଶିଳ୍ପାଞ୍ଚଳକୁ ସବୁଜ ସଂକେତ

ଭୁବନେଶ୍ବର : କଳିଙ୍ଗନଗର ଶିଳ୍ପ ନଗରରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ର ପ୍ରସ୍ତାବିତ ଘରୋଇ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପ୍ରସ୍ତାବକୁ ରାଜ୍ୟ ସରକାର ସବୁଜ ସଂକେତ ଦେଇଛନ୍ତି। ଏ ନେଇ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌)କୁ ମଞ୍ଜୁରି ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ଆଜି ସଚିବାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଜେଏସ୍ଏଲ୍‌ର ଘରୋଇ ଶିଳ୍ପାଞ୍ଚଳ ସଂପର୍କରେ ଉପସ୍ଥାପନା ଦେଇଥିଲେ ଇଡ୍‌କୋ ସିଏମ୍‌ଡି ସଂଜୟ ସିଂହ। ଏହି ଶିଳ୍ପାଞ୍ଚଳରେ ନିର୍ମାଣ ସାମଗ୍ରୀ, ପାଇପ୍‌, ବ୍ୟବହାର ଉପଯୋଗୀ ସାମଗ୍ରୀ, ରୋଷେଇଘର ସାମଗ୍ରୀ ଆଦି ଉତ୍ପାଦନ ହେବ। ଏଥିପାଇଁ ପ୍ରାୟ ୩୦୦ ଏକର ଜମି ଆବଶ୍ୟକ ହେବ। ଏହି ପ୍ରକଳ୍ପରେ ପ୍ରାୟ ୧୫୩୨ କୋଟିର ପୁଞ୍ଜିନିବେଶ କରାଯିବ। ଫଳରେ ୧୯ ହଜାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି। ଜମି ଆବଣ୍ଟନର ତିନିବର୍ଷ ଭିତରେ ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସାରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର