ଚାନ୍ଦବାଲି ବିଧାନସଭା କ୍ଷେତ୍ର : ବିଜେଡି ବିଜେଡିର ଶତ୍ରୁ

ଭଦ୍ରକ,(ହରିହର ନାୟକ): ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନମଣ୍ଡଳୀ ପୂର୍ବରୁ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିଲା। ୨୦୦୯ରେ ସଂରକ୍ଷଣ ଉଠିଛି। ଏହାପରଠାରୁ େହାଇଥିବା ଦୁଇଟି ଥର ନିର୍ବାଚନରେ ବିେଜଡି ପ୍ରାର୍ଥୀ ଜିତିଛନ୍ତି। ୨୦୦୯ରେ ବିଜୟ ନାୟକ ଓ ୨୦୧୪ରେ ବ୍ୟୋମକେଶ ରାୟ ବିଜେଡି ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

୨୦୦୯ ପୂର୍ବରୁ ବିଜେଡି-ବିଜେପିର ମେଣ୍ଟ କାରଣରୁ ବିଜେପି ନେତା ବିଷ୍ଣୁ ଚରଣ ସେଠୀ ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୦୪ରେ କିନ୍ତୁ େମଣ୍ଟ ପ୍ରାର୍ଥୀ ଶ୍ରୀ େସଠୀ ପରାଜିତ େହାଇଥିଲେ ଓ କଂଗ୍ରେସର ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ ବିଧାୟକ ଭାବେ ବିଜୟୀ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବିଜୟଙ୍କୁ ଦଳ ଅନ୍ତର କରିବା ପରେ ନବାଗତ ଛାତ୍ର ନେତା ବ୍ୟୋମକେଶଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିଲା।

୨୦୧୯ ସାଧାରଣ ନିର୍ବାଚନ ପାଇଁ ଶ୍ରୀ ରାୟ ପୁର୍ନବାର ଟିକଟ ପାଇଁ ଆଶା ବାନ୍ଧିଛନ୍ତି। ତେବେ ଇତିମଧ୍ୟରେ ତାଙ୍କ ବିେରାଧୀ େଗାଷ୍ଠୀ ମୁଣ୍ଡ େଟକିଲେଣି। ଏଠାରେ ଗୋଟିଏ ଦୃଶ୍ୟ ଦେଖିବାକୁ ମିଳୁଛି ଯେ, ଏଠି ବିଜେଡି ବିଜେଡିର ଶତ୍ରୁ ସାଜିଛି। ବିଧାୟକ ଶ୍ରୀ ରାୟଙ୍କୁ ବିଜେଡି ନେତା ପ୍ରତାପ ଧଳ ବିରୋଧ କରି ଆସୁଛନ୍ତି। ପ୍ରତାପ ଓ ବ୍ୟୋମକେଶଙ୍କର ଏଇ ବିବାଦ ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ ବେଳେ ଦେଖିବାକୁ ମିଳିଥିଲା। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟ, ଗାଡି ଭଙ୍ଗାରୁଜା ହୋଇଥିଲା।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ବ୍ୟୋମକେଶ ରାୟ    ୬୮,୫୫୭
କଂଗ୍ରେସ   ଅମୀୟ ମହାପାତ୍ର     ୪୩,୬୭୪
ବିଜେପି    ମନମୋହନ ସାମଲ   ୩୮,୯୫୨

ଏଥର ଚାନ୍ଦବାଲି ପାଇଁ ବିଜେଡି ଦଳରୁ ଶ୍ରୀରାୟଙ୍କ ସମେତ ପ୍ରତାପ ଧଳ,ପୂର୍ବତନ ବିଧାୟକ ବିଜୟ ନାୟକ, ସମାଜସେବୀ ସଂଗ୍ରାମ ରାଉତ, ବିଜେଡି ନେତା ଅଜୟ ନାୟକ,ତିହିଡି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତ ଲତା ନାୟକ,ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ, ଯୁବନେତା ଅମିତ୍ ମଲ୍ଲିକ ପ୍ରମୁଖ ଆଶାୟୀ ଅଛନ୍ତି।

କଂଗ୍ରେସ‌େର ମଧ୍ୟ ବହୁ ନେତା ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। କଂଗ୍ରେସ ନେତା ଜ୍ୟୋତିପ୍ରକାଶ ମହାନ୍ତି, ଦିଗମ୍ବର ଦାସ, ଅମୀୟ ମହାପାତ୍ର, ଅଭିଷେକ ରାଉତ, ସତ୍ୟାନନ୍ଦ ରାଉତ ପ୍ରମୁଖ ଆଶାୟୀ ରହିଥିବାବେଳେ ବିଜେପିରୁ ଏକମାତ୍ର ପ୍ରାର୍ଥୀ ମନମୋହନ ସାମଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ନେଇ ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ ହୋଇଗଲାଣି।

ସମ୍ବନ୍ଧିତ ଖବର