ଅସୁସ୍ଥ ଥିଲେ ଟ୍ରେନ୍‌ରେ ଯାତ୍ରା କରନି : ପ୍ରବାସୀଙ୍କୁ ରେଳ ମନ୍ତ୍ରାଳୟର ପରାମର୍ଶ

ଭୁବନେଶ୍ବର : ଦେଶରେ ଚଳାଚଳ କରୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରୁଥିବା କିଛି ଯାତ୍ରୀ ଅସୁସ୍ଥ ରହୁଛନ୍ତି। ଯେଉଁଥିପାଇଁ ଟ୍ରେନ୍‌ରେ ଯିବା ସମୟରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେଉଛି ଏବଂ ମୃତ୍ୟୁମୁଖରେ ପଡ଼ୁଛନ୍ତି। କେତେକ ସ୍ଥଳରେ ଏହାକୁ କରୋନା ଯୋଗୁଁ ମୃତ୍ୟୁ ବୋଲି କୁହାଯାଉଛି। ଯାହାକୁ ନେଇ ଭାରତୀୟ ରେଳପଥ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପୂର୍ବରୁ ରୋଗ‌ଗ୍ରସ୍ତ ଥି‌ଲେ, ଟ୍ରେନ୍‌ରେ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି।

today-horoscopes

ରେଳପଥ ପକ୍ଷରୁ କୁହାଯାଇଛି ଯେ ପ୍ରତିଦିନ ଦେଶ ମଧ୍ୟରେ ଅନେକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଛି। ଏଥିରେ ଦେଖିବାକୁ ମିଳୁଛି ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ‌କିଛି ଯାତ୍ରୀ ପୂର୍ବରୁ ଅସୁସ୍ଥ ଅଛନ୍ତି। କୋଭିଡ୍‌-୧୯ ସମୟରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ବିପଦପୂର୍ଣ୍ଣ ହେଇଯାଉଛି। ଶ୍ରମିକ ଟ୍ରେନ୍‌ରେ ଯାତ୍ରା ସମୟରେ ପୂର୍ବରୁ ଥିବା ରୋଗ ଦ୍ୱାରା ସେମାନଙ୍କର ମୃତ୍ୟୁ ଭଳି ଦୁର୍ଭାଗ୍ୟପୂର୍ଣ୍ଣ ଖବର ନଜରକୁ ଆସୁଛି। ଏଭଳି ରୋଗଗ୍ରସ୍ତ ଥିବା ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ରେଳ ମନ୍ତ୍ରଣାଳୟ ଦ୍ୱାରା ଗୃହ ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ନିବେଦନ କରାଯାଉଛି ଯେ ପୂର୍ବରୁ ରୋଗଗ୍ରସ୍ତ(ଯଥା ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ ରୋଗ, କର୍କଟ ରୋଗ, ପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତି ଏବଂ ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ପିଲା ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି) ସେମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବା ଅତି ଜରୁରୀ। ଏପରି ବ୍ୟକ୍ତି ଟ୍ରେନ୍‌ ଯାତ୍ରାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନର ଜଟିଳ ସମୟରେ ଦେଶର ଅନେକ ଲୋକ ରେଳ ଯାତ୍ରା କରିବାକୁ ଚାହୁଛନ୍ତି। ସେମାନଙ୍କୁ ବିନା ଅସୁବିଧାରେ ରେଳ ଯାତ୍ରାର ସୁଯୋଗ ଦେବା ପାଇଁ ଭାରତୀୟ ରେଳପଥ ୭ଦିନ ୨୪ଘଣ୍ଟା କାର୍ଯ୍ୟ କରୁଛି। ଯାତ୍ରୀଙ୍କର ସୁରକ୍ଷା ଆମର ସବୁଠୁ ବଡ଼ ପ୍ରାଥମିକତା। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ଦେଶବାସୀମାନଙ୍କର ସହଯୋଗ କାମନା କରାଯାଉଛି। ଟ୍ରେନ୍‌ରେ ଯାତ୍ରା ସମୟରେ କୌଣସିପ୍ରକାର କଷ୍ଟସାଧ୍ୟ ଅବସ୍ଥା କିମ୍ବା ଆକସ୍ମିକତା ଆସିଲେ, ହେଲ୍‌ପ ଲାଇନ ନମ୍ବର-୧୩୯ ଓ ୧୩୮‌ରେ ସୂଚନା ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର