ବନ୍ଧୁକ ଚାଳନା ତାଲିମ ବେଳେ ଅଘଟଣ; ରାଇଫଲରୁ ଫୁଟିଲା ଗୁଳି, ହାବିଲଦାର ଆହତ

ରାୟଗଡ଼ା: ରାୟଗଡ଼ା ଦ୍ୱିତୀୟ (ଓଡିଶା) ବାଳିକା ବାଟାଲିୟନ୍ ଏନସିସି କ୍ୟାଡେଟଙ୍କ ଫାୟାରିଂ ଟ୍ରେନିଂ ବେଳେ ରାଇଫଲରୁ ଗୁଳି ଫୁଟି ଆହତ ହୋଇଛନ୍ତି ହାବିଲଦାର ଜୟପ୍ରକାଶ । ତାଙ୍କ ଗୋଡରେ ଗୁଳି ଫୁଟି ଆଘାତ ହୋଇଥିବାରୁ ତାଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ଆଜି ସକାଳୁ ଦ୍ୱିତୀୟ ଓଡିଶା ବାଳିକା ବାଟାଲିୟନର  ୫୦ଜଣ ଏନସିସି କ୍ୟାଟେଡ୍‌ଙ୍କୁ ସ୍ଥାନୀୟ ଇଏମଆରଏସ ବିଦ୍ୟାଳୟ,ବାରିଝୋଲା ନିକଟରେ ଫାୟାରିଂ ଟ୍ରେନିଂ ଦିଆଯାଉଥିଲା । ଏହି ସମୟରେ ହାବିଲଦାର ଜୟପ୍ରକାଶ ରାଇଫଲ୍ ବ୍ୟାରେଲକୁ ତଳ ମୁହାଁ କରି ସଫା ଓ ରାଇଫଲକୁ ନିରୀକ୍ଷଣ ବେଳେ ପୂର୍ବରୁ ବ୍ୟାରେଲ ମଧ୍ୟରେ ଥିବା ଏକ ଗୁଳି ଟ୍ରିଗ୍ରର ଦବାଇବାରୁ ଫୁଟି ଯାଇଥିଲା । ଯେ ହେତୁ ରାଇଫଲର ବ୍ୟାରେଲଟି ତଳମୁହାଁ ଥିଲା ଏହା ହାବିଲଦାର ଜୟପ୍ରକାଶଙ୍କ ପିନ୍ଧିଥିବା ବୁଟ୍ କଡରେ ଗୁଳି ଫୁଟି ବାଜି ଯାଇଥିଲା । ବର୍ତମାନ ହାବିଲଦାର ଜୟପ୍ରକାର ସୁସ୍ଥ ଥିବା ବେଳେ ରାଇଫଲ ବ୍ୟାରେଲଟି ତଳମୁହାଁ ହୋଇଥିବାରୁ କୈାଣସି ବଡ ଅଘଟଣ ଘଟି  ନଥିବା ବେଳେ ଟ୍ରେନିଂ ସମୟରେ ରାଇଫଲ ସେଟିଂ ଓ ବ୍ୟାରେଲ ସଫା କରିବା ବେଳେ ଅଧିକ ସାବଧାନତା ଅବଲମ୍ବନ କରିବା ପାଇଁ କର୍ଣ୍ଣଲ ଲେଫ୍ଟନାଂଟ ଅଧିକାରୀ ଆଲୋକ ଘୋଷ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର