ହାର୍ଡକୋର ନକ୍ସଲ କାମେଶ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ହାର୍ଡକୋର ନକ୍ସଲ ଜେମିଲି କାମେଶ ଓରଫ ହରି ଗିରଫ ହୋଇଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପୁଲିସ ଗିରଫ କରିଥିବା ନେଇ ସ୍ପଷ୍ଟ କରିଛି। ଦୀର୍ଘ ୧୪ବର୍ଷ ଧରି ମାଓନେତା କାମେଶ ଆନ୍ଧ୍ର-ଓଡ଼ିଶା ସୀମାରେ ସକ୍ରିୟ ରହି ସଂଗଠନର ଗତିବିଧିକୁ ନିୟନ୍ତ୍ରଣ କରୁଥିଲା। ଏକାଧିକ ହିଂସାରେ ସଂପୃକ୍ତ ଥିବା ଏହି କୁଖ୍ୟାତ ମାଓବାଦୀ ବିରୋଧରେ ଓଡ଼ିଶାର ମାଲକାନଗିରି ଏବଂ ବିଶାଖାପାଟଣା ଜିଲ୍ଲାରେ ୧୦୦ରୁ ଊର୍ଦ୍ଧ୍ବ ମାମଲା ରହିଛି। ଏଥିପାଇଁ ସରକାର କାମେଶଙ୍କ ନାମରେ ପୂର୍ବରୁ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଶେଷରେ ଆନ୍ଧ୍ର ପୁଲିସ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ୨୦ ରାଉଣ୍ଡ ଗୁଳି ସହ ବିସ୍ଫୋରକ ଓ ଅନ୍ୟାନ ମାଓ ସାମଗ୍ରୀ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର