ହରିହର କାନୁନଗୋ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଏସ୍‌ଡି

ଭୁବନେଶ୍ୱର : ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇନଥିବାବେଳେ ଏହାର ଅସ୍ଥାୟୀ କ୍ୟାମ୍ପସ ତୋଷାଳି ପ୍ଲାଜାରେ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ବି ହୋଇଛି। ତେଣୁ ନୂଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ନିଯୁକ୍ତି ପ୍ରକ୍ରିୟା, ଅନ୍ୟାନ୍ୟ କାର୍ଯ୍ୟ ଯେପରି ଠିକ୍‌ ଭାବେ ହେବ ସେଥିପାଇଁ ଧନ୍ଦାମୂଳକ ଶିକ୍ଷାର ଯୁଗ୍ମ ନିର୍ଦ୍ଦେଶକ ହରିହର କାନୁନଗୋଙ୍କୁ ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍‌ଡି (ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି) ଭାବେ ନିଯୁକ୍ତି ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ କାନୁନଗୋଙ୍କୁ ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର