ଅଗ୍ନିଶମ‌ ସେବା ବିଭାଗକୁ ତଥ୍ୟ ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : ରାଜ୍ୟର ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। କେଉଁଠି ଏପର୍ଯ୍ୟନ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ଲାଗିପାରିନି ତ ଆଉ କାହାର ସାର୍ଟିଫିକେଟ୍‌ ନାହିଁ। ଏ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ କେ‌ତେ ଶିକ୍ଷାନୁଷ୍ଠାନ ରହିଛି ସେନେଇ ଗୃହ(ଅଗ୍ନିଶମ ସେବା) ବିଭାଗ ପକ୍ଷରୁ ଗତ ଅଗଷ୍ଟ ୨୯ରେ ତଥ୍ୟ ମଗାଯାଇଥିଲା। ଏ ନେଇ ଆଜି ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ୟାମଳୀ ମହାପାତ୍ର ଗୃହ(ଅଗ୍ନିଶମ ସେବା) ବିଭାଗକୁ ଶିକ୍ଷାନୁଷ୍ଠାନ ତାଲିକା ପ୍ରଦାନ କରିଛନ୍ତି। ଏଥିରେ କୁହାଯାଇଛି ଯେ ବିଭାଗ ଅଧୀନରେ ୧୦୮୯ଟି ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି। ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ସମେତ ୧୩ଟି ରାଜ୍ୟ ବିଶ୍ବବିଦ୍ୟାଳୟ, ୫ଟି ଘରୋଇ ବିଶ୍ବବିଦ୍ୟାଳୟ, ୭୩ଟି ସରକାରୀ ଡିଗ୍ରି ଓ ସ୍ବୟଂଶାସିତ ମହାବିଦ୍ୟାଳୟ, ୨୧୪ଟି ଅନୁଦାନପ୍ରାପ୍ତ, ୧୯୯ଟି ବ୍ଲକଗ୍ରାଣ୍ଟ, ୩୭୩ଟି ଅଣ-ଅନୁଦାନପ୍ରାପ୍ତ ଓ ୨୧୨ଟି ସେଲ୍ଫ ଫା‌ଇନାନ୍ସିଂ କଲେଜ ରହିଛି।

ସମ୍ବନ୍ଧିତ ଖବର