୧୧ ଦିନ ପୂର୍ବରୁ ହୀରାକୁଦ ଭରିଲା, ଶୁକ୍ରବାର ସଂଧ୍ୟାରେ ଜଳସ୍ତର ୬୩୦ ଫୁଟ୍‌ ଛୁଇଁଲା

ସମ୍ବଲପୁର : ନିର୍ଧାରିତ ସମୟର ପ୍ରାୟ ୧୧ ଦିନ ପୂର୍ବରୁ ହୀରାକୁଦ ଜଳଭଣ୍ଡାର ଭରି ଯାଇଛି। ଶୁକ୍ରବାର ସଂଧ୍ୟା ୭ଟା ବେଳେ ପାଣି ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ଛୁଇଁଛି। ଶୁକ୍ରବାର ସକାଳ ୬ଟାରେ ହୀରାକୁଦର ଜଳସ୍ତର ୬୨୯.୭୯ ଫୁଟ୍ ଥିଲାବେଳେ ରାତି ୭ଟାରେ ଏହା ୬୩୦ର ମ୍ୟାଜିକ ନମ୍ବର ଛୁଇଁଥିଲା। ସଂଧ୍ୟା ୬ଟା ବେଳକୁ ଜଳସ୍ତର ୬୨୯.୯୭ ଫୁଟ୍‌ ଥିଲାବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୫୯,୯୦୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା। ବିଭିନ୍ନ ମାର୍ଗ ଦେଇ ହାରାହାରି ୨୧,୭୮୪ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ରୁଲ କର୍ଭ ଅନୁଯାୟୀ ଅକ୍ଟୋବର ପହିଲା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ସ୍ତର ୬୩୦ ଫୁଟ୍ ରଖିବା ପାଇଁ ନିୟମ ରହିଛି। ଚଳିତ ବର୍ଷା ଋତୁରେ ବିଳମ୍ବରେ ଅଥଚ ନିୟମିତ ଓ ନିୟନ୍ତ୍ରିତ ବର୍ଷା ହୋଇଥିଲା। ହୀରାକୁଦ ଜଳଭଣ୍ଡାର ଅଗଷ୍ଟ ମାସ ପର୍ଯ୍ୟନ୍ତ ଶୁଖିଲା ପଡ଼ିଥିଲେ ବି ଠିକ୍ ସମୟରେ ଏହା ପୂର୍ଣ୍ଣ ହୋଇଛି।

ସମ୍ବନ୍ଧିତ ଖବର