ବନ୍ୟା ଜଳ ନିଷ୍କାସନ ପାଇଁ ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍‌

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ସୋମବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ୬୧୫ ଫୁଟ୍‌ରେ ପହଞ୍ଚିଛି।

ଜଳ ଭଣ୍ଡାର ମଧ୍ୟକୁ ୨ ଲକ୍ଷ ୫ ହଜାର ୩୫୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଜଳସ୍ତର ଦ୍ରୁତ ବେଗରେ ବୃଦ୍ଧି ପାଉଥିବା କାରଣରୁ ଆସନ୍ତାକାଲି ଅର୍ଥାତ୍‌ ଜୁଲାଇ ୨୪ ତାରିଖ ଦିନ ଜଳଭଣ୍ଡାରରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବାର ବ୍ୟବସ୍ଥା କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଦିବା ୧୧ଘଟିକା ସମୟରେ ପାରମ୍ପରିକ ପୂଜାଚ୍ଚର୍ନା ପରେ ହୀରାକୁଦ ଜଳ ଭଣ୍ଡାରର ଗେଟ୍‌ ଖୋଲାଯିବ ବୋଲି ଅପର୍‌ ମହାନଦୀ ବେସିନ୍‌ର ମୁଖ୍ୟଯନ୍ତ୍ରୀ ଜ୍ୟୋତି ରଥ ଘୋଷଣା କରିଛନ୍ତି।

ପ୍ରବଳ ବୃଷ୍ଟିପାତ କାରଣରୁ ଚିପିଲିମା ପାଓ୍ଵାର୍‌ହାଉସ୍‌ରେ ପାଣି ପଶିଯାଇଥିବାରୁ ପାଓ୍ଵାର୍‌ ଚାନେଲ୍‌ରେ ଜଳ ଯୋଗାଣ ବନ୍ଦ ରଖାଯାଇଛି।

ଉଭୟ ବୁର୍ଲା ଓ ଚିପିଲିମା ପାଓ୍ଵାର୍‌ହାଉସ୍‌ରୁ ବିଜୁଳି ଉତ୍ପାଦନ ମଧ୍ୟ ବନ୍ଦ ରହିଛି।

ବର୍ଷା ବିତ୍ପାତ ଯୋଗୁଁ କେନାଲ୍‌ଗୁଡ଼ିକରେ ମଧ୍ୟ ଜଳ ଛଡ଼ା ଯାଉ ନାହିଁ।

ସମ୍ବନ୍ଧିତ ଖବର