ହୀରାକୁଦର ୧୦ ଗେଟ୍ ଖୋଲା

ସମ୍ବଲପୁର: ସୋମବାର ରାତିରେ ହୀରାକୁଦ ବନ୍ଧର ୬ଟି ଗେଟ୍ ଖୋଲା ଯାଇଥିବାବେଳେ ମଙ୍ଗଳବାର ସକାଳ ୭ଟାରୁ ୯ଟା ମଧ୍ୟରେ ଆଉ ୪ଟି ଗେଟ୍ ଖୋଲା ଯାଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା କାରଣରୁ ୧୦ଟି ସ୍ଲୁଇସ୍ ଗେଟ୍ ଜରିଆରେ ଜଳଭଣ୍ଡାରରୁ ମହାନଦୀକୁ ପାଣି ନିଷ୍କାସନ କରାଯାଉଛି। ମଙ୍ଗଳବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩.୬୫ ଫୁଟ୍‌ ରହିଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୫୯ ହଜାର ୪୦୮ ଘନ ଫୁଟ୍‌ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧, ୮୧, ୫୦୩ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ବାମ ପାର୍ଶ୍ବ ସ୍ପିଲ୍‌ୱେ’ର ୭ ଓ ଡାହାଣ ପାର୍ଶ୍ବର ୩ଟି ସ୍ଲୁଇସ୍‌ ଗେଟ୍ ଦେଇ ୧ ଲକ୍ଷ ୫୯ ହଜାର ୫୪୦ କ୍ୟୁସେକ୍‌ ପାଣି ମହାନଦୀକୁ ଛଡ଼ା ହେଉଥିଲା।

ସମ୍ବନ୍ଧିତ ଖବର