ବାହାରେ ବଡ଼ ସମାବେଶରେ ରଙ୍ଗ ଖେଳନ୍ତୁ ନାହିଁ, ଥଣ୍ଡା, ଛିଙ୍କ, କାଶ ହେଉଥିଲେ ହୋଲିରୁ ସଂପୂର୍ଣ୍ଣ ଦୂରେଇ ରହନ୍ତୁ

ଭୁବନେଶ୍ବର: ଯଦିଓ ଓଡ଼ିଶାରେ କରୋନ‌ା ସଂକ୍ରମଣର କୌଣସି ପ୍ରାଦୁର୍ଭାବ ନାହିଁ ମାତ୍ର ସତର୍କତା ଅବଲମ୍ବନ କରିବାକୁ ହେବ। ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ପ୍ରତିଷେଧମୂଳକ ପଦକ୍ଷେପଗୁଡ଼ିକ ମାନି ଚଳିବା ଆବଶ୍ୟକ ବୋଲି ମତ ରଖିଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ଏଥିସହ  ହୋଲିରେ ବଡ଼ ସମାବେଶ ନ କରିବାକୁ ସେ ଜନସାଧାଣଙ୍କୁ ଆହ୍ୱାନ କରିଛନ୍ତି। ହୋଲି ଖେଳ ବେଳେ ମୁହଁରେ ରଂଗ ନ ଲଗାବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ଥଣ୍ଡା, ଛିଙ୍କ, କାଶ ହେଉଥିଲେ ହୋଲି ନ ଖେଳିବାକୁ ମଧ୍ୟ ସେ କହିଛନ୍ତି।  ଆଲିଙ୍ଗନ ଓ କରମର୍ଦ୍ଦନଠାରୁ ଦୂରେଇ ରହିଲେ ଭଲ । ଏକାଠି ହୋଇ ସମାବେଶରେ ହୋଲି ନ ଖେଳି ଘର ଭିତରେ ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଶ୍ରୀ ଧଳ। 

LocalWire

ତେବେ ଏଯାବତ୍ ଓଡ଼ିଶାରେ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ସରକାରଙ୍କ ତରଫରୁ ଲୋକଙ୍କୁ ଏଥିପାଇଁ ସଚେତନ କରାଯାଇଛି ଏବଂ ହୋଲିକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଭରି ରହିଥିବା ବେଳେ ହୋଲି ଖେଳିବା ସମୟରେ କି ପ୍ରକାର ସତର୍କତା ତଥା ଦିଗ ପ୍ରତି ବେଶି ଧ୍ୟାନ ଦେବା ଦରକାର ସେ ସଂପର୍କରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ନିମ୍ନରେ କରୋନା ସଂକ୍ରମଣରୁ ଦୂରେଇ ରହିବାକୁ କେତେକ ପରାମର୍ଶ ଦିଆଗଲା।

• ବାରମ୍ବାର ହାତକୁ ସାବୁନରେ ଧୁଅନ୍ତୁ ।

• ଦଳବଦ୍ଧ ହୋଇ ହୋଲି ଖେଳିବା ବା ସ୍ନାନ କରିବା ଆଦିରୁ ଦୂରେଇ ରୁହନ୍ତୁ।

• ସର୍ଦ୍ଦି, କାଶ, ଜ୍ୱର ହେଉଥିଲେ ଆଦୌ ହୋଲି ଖେଳନ୍ତୁ ନାହିଁ।

• ଯଦି ଆପଣ ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କୌଣସି କଷ୍ଟ ଅନୁଭବ କରନ୍ତି । ତେବେ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ ।

ସମ୍ବନ୍ଧିତ ଖବର