ଗୋଠଛଡ଼ା ଦନ୍ତାହାତୀର ତାଣ୍ଡବ; ଘର ଭାଙ୍ଗିଲେ

ବଣାଇଗଡ଼: ବଣାଇ ରେଞ୍ଜ ଅନ୍ତର୍ଗତ ବଡପୋଷି ଗ୍ରାମରେ ୪ ଜଣଙ୍କର ଘର ଭାଙ୍ଗିବା ସହ ଆଳୁ କୋବି ଚ‌ାଷ ଓ ପାଣି ପାଇପ୍ ନଷ୍ଟ କରିଛି। ଗତକାଲି ରାତିରେ ଗୋଠ ଛଡ଼ା ଦନ୍ତାହାତୀଟି ବଡପୋଷି ଗ୍ରାମରେ ପଶି ଘନଶ୍ୟାମ କିସାନ, ଫଗୁ କିଷାନଙ୍କ ଘର ଭାଙ୍ଗିବା ସହ ନିରଞ୍ଜନ କିସାନଙ୍କ ଘର ବାରଣ୍ଡାରେ ପଶି ଅବାସବାବପତ୍ର ଭାଗିଂବା ପରେ ବଳଭଦ୍ର କିସାନଙ୍କ ଗୁହାଳ ଘର , ରଜନୀ କିସାନଙ୍କ ଘର, କେଶବଚନ୍ଦ୍ର କିଷାନଙ୍କ ଚାଷ ଜମିରେ ପାଣି ପାଇପ୍ ଭାଙ୍ଗି ଦେଇଥିଲେ।

ସେହିପରି ଭାଙ୍ଗଡିହି ଗ୍ରାମର ଟଙ୍କ କିସାନ ପନିପରିବା ବଗିଚା ପଶି ଆଳୁ ଓ କୋବି ଖାଇ ମାଡ଼ିଦଳି ନଷ୍ଟ କରିବା ସହ ଜମିରେ ଲାଗିଥିବା ପାଇପ ମାଡ଼ି ଭାଙ୍ଗି ଦେଇଥିଲେ। ଖବର ପାଇ ବଣାଇ ରେଞ୍ଜର ମନୋଜ ପାତ୍ର ଓ ତାଙ୍କର କର୍ମଚାରୀ ପହଞ୍ଚି ହାତୀ ଭାଙ୍ଗି ଥିବା ଘର ଗୁଡ଼ିକର ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର