ଚାରି ମାସର ହାତୀ ଛୁଆକୁ ହତ୍ୟା କରିଥିବା ଅଭିଯୁକ୍ତ ଶିକାରୀ ଗିରଫ

ରାଉରକେଲା: ଚାରି ମାସର ହାତୀ ଛୁଆକୁ ହତ୍ୟା କରିଥିବା ଅଭିଯୋଗରେ ଆଜି ବନ ବିଭାଗ ଅଭିଯୁକ୍ତ ଶିକାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପିତମହଲ ଗାଁର ରୁପୁ ବାରଲା(୩୭)। ତାଙ୍କଠାରୁ ବହୁ ପରିମାଣର ବନ୍ତଜନ୍ତୁର ସିଙ୍ଗ,ଧନୁ ତୀର, ହରିଣ ଶିଙ୍ଗ, ଦାନ୍ତ, ଫାସ ଆଦି ଜବତ ହୋଇଛି। ବାରହାକୁ ମାରିବା ଉଦ୍ଦେଶ୍ୟରେ ଫାଶ ଲଗାଇଥିଲେ ଶିକାରୀ। ଏହି ମାମଲାରେ ବନ ବିଭାଗ ତଦନ୍ତ ଜାରି ରଖିଥିବା ଡି ଏଫ ଓ ସଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାରେ ଫାଶ ପକାଇ ଏକ ହାତୀ ଛୁଆକୁ ହତ୍ୟା କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ରେଞ୍ଜର ୠତୁକୁପେଡି ସାନଡୋଲାକୁଦୁର ଜଙ୍ଗଲରେ ଏମିତି ଅଭାବନୀୟ ଘଟଣା ଘଟିଥିଲା ।

ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ନିକଟରେ ଶିକାରୀ କୁଆଁରମୁଣ୍ଡା ରେଞ୍ଜର ୠତୁକୁପେଡି ସାନଡୋଲାକୁଦୁର ଜଙ୍ଗଲରେ ଫାଶ ବିଛାଇଥିଲେ। ବାରହା ଓ ଠେକୁଆ ଧରିବା ଲାଗି ଫାଶ ବିଛାଇଥିବା କୁହାଯାଉଥିଲା। ଏହା ଫଳରେ ହାତୀ ଛୁଆଟି ସେଥିରେ ଛନ୍ଦି ହୋଇ ପ୍ରାଣ ହରାଇଥିଲା। ହାତୀ ଛୁଆର ଗଳାରେ ଅଛି କ୍ଷତ ଚିହ୍ନ ରହିଥିଲା l

ଉକ୍ତ ହାତୀଛୁଆ ମରିଯିବା ପରେ ତାକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ। ଉକ୍ତ ହାତୀଛୁଆଟି ପୋଖରୀରେ ଭାସୁଥିବାର ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ କୁଆଁରମୁଣ୍ଡା ରେଞ୍ଜ ୠତୁକୁପେଡି ସାନଡୋଲାକୁଦୁର ଜଙ୍ଗଲରେ କୁଆଁରମୁଣ୍ଡା ରେଞ୍ଜ ଅଧିକାରୀ ଓ ରାଉରକେଲା ବନଖଣ୍ଡର ଅତିରିକ୍ତ ବନସଂରକ୍ଷକ ଦିଲୀପ ସାହୁ ପହଞ୍ଚି ମୃତ ହାତୀର ଶବକୁ ଜବତ କରିବା ସହ ତା’ର ଵ୍ୟଵଛେଦ କରିଥିଲେl

ସମ୍ବନ୍ଧିତ ଖବର