ଏହି କାରଣରୁ ପ୍ରେମିକା ସହ ସ୍ବାମୀଙ୍କୁ ବାହା ଦେଲେ ମାଲକାନଗିରିର ଗାୟତ୍ରୀ

ମାଲକାନଗିରି: ପତ୍ନୀ ପତିଙ୍କୁ ତାଙ୍କର ପ୍ରେମିକା ସହ ବାହା ଦେବା ଘଟଣା ଏବେ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସାତ ଜନମ ପାଇଁ ଯାହାର ସ୍ତ୍ରୀ ହୋଇଥିଲେ, ଯାହା ସହ ସଂସାର କରିବା ପାଇଁ ଅଗ୍ନିଦେବତାଙ୍କୁ ସାକ୍ଷୀ ରଖିଥିଲେ,ସେହି ସ୍ୱାମୀଙ୍କ ଖୁସି ପାଇଁ ତାଙ୍କ ଜୀବନରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଲେ ସ୍ତ୍ରୀ। ଆଉ ପ୍ରେମିକା ହାତରେ ସ୍ୱାମୀଙ୍କ ହାତ ଛନ୍ଦି ଦେଇଛନ୍ତି ସ୍ତ୍ରୀ । ଏଭଳି ଜଣେ ଆଦିବାସୀ ମହିଳା ଏବେ ଚର୍ଚ୍ଚାରେ ଆସିଛନ୍ତି ।

ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ସିଦ୍ଧେଶ୍ୱର ମନ୍ଦିରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏକ ମାସ ତଳେ ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲିର ଆଇତା ମାଡକାମୀଙ୍କ ସହ ବିବାହିତ ରାମ କବାସୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ବିବାହ ନ କରିବାକୁ ଆଇତା, ରାମଙ୍କ ନାଁରେ ମାଥିଲି ଥାନାରେ ଅଭିଯୋଗ କରିଥିଲେ । ତେବେ ସ୍ୱାମୀଙ୍କୁ ଜେଲ ହୋଇଯିବ ବୋଲି ଆଶଙ୍କା କରି ରାମଙ୍କ ସ୍ତ୍ରୀ ଗାୟତ୍ରୀ କବାସୀ ପ୍ରେମିକା ସହ ସ୍ୱାମୀଙ୍କ ବାହାଘର ବୈଦିକ ରୀତିନୀତିରେ କରାଇଛନ୍ତି । ଗାଁ ର ଭଦ୍ର ବ୍ୟକ୍ତି ଓ ଉଭୟ ପରିବାରର କିଛି ସଦସ୍ୟଙ୍କ ଉପସ୍ଥିତିରେ ମନ୍ଦିରରେ ବିବାହ ସଂପନ୍ନ ହୋଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର