ଆଇଏଫ୍ଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଆଇଏଏସ୍‌, ଓଏଏସ୍‌ ଅଫିସର୍ ସ୍ତରରେ ଅଦଳବଦଳ ହେଲା ପରେ ଆଜି ପାଳି ପଡ଼ିଛି ଆଇଏଫ୍‌ଏସ୍‌ ଅଫିସର୍‌ଙ୍କର। ରାଜ୍ୟ ସରକାର ଆଜି ଆଇଏଫ୍‌ଏସ୍‌ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୧୯୮୭ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଫିସର୍ ସୁଶୀଲ କୁମାର ପୋପ୍‌ଲିଙ୍କୁ ପରିବେଶ ନିର୍ଦ୍ଦେଶକ ଓ ୧୯୯୪ ବ୍ୟାଚ୍ ଅଫିସର୍ କେ ମୁରୁଗେସନ୍‌ଙ୍କୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ୧୯୯୮ ବ୍ୟାଚ୍ ଅଫିସର୍ ଦେବଦତ୍ତ ବିଶ୍ବାଳଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୧୩ ବ୍ୟାଚ୍‌ର ରିଙ୍କୁ କୁମାରୀଙ୍କୁ କୋରାପୁଟ ଓ ୨୦୧୪ ବ୍ୟାଚ୍‌ର ପି ପୂର୍ଣ୍ଣିମାଙ୍କୁ ଭଦ୍ରକର ନୂଆ ଡିଏଫ୍ଓ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର