ରକ୍ତଦାନ କରି ପାଳିଲେ ସ୍ବାଧୀନତା ଦିବସ: ୨୨୫ ୟୁନିଟ୍‌ ସଂଗୃହୀତ

ଚାନ୍ଦିପୁର : ଯୁବ ସ୍ୱାଭିମାନ ସପ୍ତାହ ଓ ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ‘କେଟି ମେରାଇନ୍‌’ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବାଲେଶ୍ବର ଚାନ୍ଦିପୁର ପଟାପୋଲଛକସ୍ଥିତ କେଟି ମେରାଇନ୍ କାର୍ଯ୍ୟାଳୟରେ ଆୟୋଜିତ ଏହି ଶିବିରକୁ ‘କେଟି ମେରାଇନ୍‌’ର ପ୍ରତିଷ୍ଠାତା ତାଇବୁନ ଇସଲାମ୍‌ ଉଦ୍‌ଘାଟନ କରିଥିଲେ। ‘କେଟି ମେରାଇନ୍‌’ର ପ୍ରୋପାଇଟର୍‌ ହାଜି ଏମ୍‌ଡି ମୋଇନୁଲ ଇସଲାମ୍‌ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ବାଲେଶ୍ଵର ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵରର ଡାକ୍ତର ପ୍ରଶାନ୍ତ କୁମାର ଦାଶ, ଡାକ୍ତର ମହେଶ କୁମାର ବିଶ୍ବାଳ, ଆମଜାଦ୍‌ ହୁସେନ୍‌, ନିଶାଦ୍‌ ଆଫ୍ରିନ୍‌, ଇଫ୍‌ତିକାର ହୁସେନ୍‌, ଆଇନଜୀବୀ କମାଲ୍‌ ଜାଫର, ମୁକ୍ତାର ଅହମ୍ମଦ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ୨୨୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।

ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ପାଇଁ ‘କେଟି ମେରାଇନ୍’ ସଂସ୍ଥାର ମୁଖ୍ୟ ଏମ୍‌ଡି ମୋଇନୁଲ୍‌ ଇସଲାମ୍‌ଙ୍କୁ ଜିଲ୍ଲା ରକ୍ତଦାତା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର