୨୨ରୁ ୩୧ ମଧ୍ୟରେ ୮ ଇଣ୍ଡିଗୋ ଉଡ଼ାଣ ବାତିଲ୍‌

ଭୁବନେଶ୍ୱର : ସୁରକ୍ଷା ଜନିତ କାରଣରୁ ଡିଜିସିଏ ଇଣ୍ଡିଗୋର ଏ-୩୨୦ ନିଓ ବିମାନ ଉଡ଼ାଣ ଉପରେ ରୋକ୍‌ ଲଗାଇବା ପରେ ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଗୋ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ମାର୍ଚ୍ଚ ୧୭ରୁ ୨୧ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ହାଇଦ୍ରାବାଦ, ଦିଲ୍ଲୀ, ବେଙ୍ଗାଲୁର, ମୁମ୍ବାଇକୁ ଉଡ଼ାଣ କରିବାକୁ ଥିବା ୮ଟି ବିମାନର ଉଡ଼ାଣ ବାତିଲ୍‌ କରିଥିବାବେଳେ ମାର୍ଚ୍ଚ ୨୨ରୁ ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରୁଟ୍‌ରେ ୮ଟି ବିମାନ ଉଡ଼ାଣ ବାତିଲ୍‌ କରିଛି। ମାର୍ଚ୍ଚ ୨୨ରୁ ୨୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ବେଙ୍ଗାଲୁର ୬ଇ୧୫୭, ବେଙ୍ଗାଲୁରରୁ ଭୁବନେଶ୍ୱର ୬ଇ୧୬୫, ଭୁବନେଶ୍ୱରରୁ ମୁମ୍ବାଇ ୬ଇ୧୮୨, ମୁମ୍ବାଇରୁ ଭୁବନେଶ୍ୱର ୬ଇ୧୯୩ ବିମାନ ଉଡ଼ାଣ ବାତିଲ୍‌ କରାଯାଇଛି। ସେହିପରି ମାର୍ଚ୍ଚ ୨୫ରୁ ୩୧ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁର-ଭୁବନେଶ୍ୱର ୬ଇ୩୧୨, ଭୁବନେଶ୍ୱର-ବେଙ୍ଗାଲୁର ୬ଇ୩୧୭ ବିମାନ ଉଡ଼ାଣ ବାତିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର