ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ: କେନ୍ଦ୍ରାପଡ଼ାରେ ଇଣ୍ଟରନେଟ୍‌ ବ୍ଲାକଆଉଟ୍‌ ରହିବ ୪୮ ଘଣ୍ଟା

ଭୁବନେଶ୍ୱର: ‘ଇଦ-ଉଲ-ଫିତର’ ଅବସରରେ ସାଂପ୍ରଦାୟିକ ହିଂସା ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦ୍ରାପଡ଼ା ସହରରେ ବୁଧବାର ଠାରୁ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ ସେବାକୁ ବ୍ଲାକଆଉଟ୍‌ କରିଛନ୍ତି। ଆଇନ୍‌-ଶୃଙ୍ଖଳା ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୋସିଆଲ ମିଡିଆରେ (ହ୍ଵାଟସ୍‌ଅପ୍‌, ଫେସ୍‌ବୁକ୍‌ ଓ ଟୁଇଟର୍‌) ଏକ ମିଛ ବାର୍ତ୍ତା ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ଣ ୧୧ଟା ୩୦ ରୁ ଆରମ୍ଭ ହୋଇଥିବା ବ୍ଲାକଆଉଟ୍‌ ୪୮ ଘଣ୍ଟା ଯାଏଁ ଜାରି ରହିବ।

ସମ୍ବନ୍ଧିତ ଖବର