ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍‌ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୧୯୯୯ ବ୍ୟାଚର ଆଇପିଏସ୍‌ ଅଫିସର ତଥା ତାଳଚେର ଏନ୍‌ସିଆର ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କ ଗୁଇନ୍ଦା ବିଭାଗକୁ ବଦଳି ହୋଇଛି। ୨୦୦୨ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ଗୁଇନ୍ଦା ବିଭାଗର ଡିଆଇଜିଙ୍କ ବଦଳି ତାଳଚେର ଏନ୍‌ସିଆରକୁ ହୋଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ୨୦୦୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସୂର୍ଯ୍ୟ ଥାଙ୍କପାନଙ୍କ ବଦଳି ବିଜୁପଟ୍ଟନାୟକ ପୁଲିସ ଏକାଡେମିକୁ ହୋଇଛି। ୨୦୧୦ ମସିହାର ଆଇପିଏସ୍‌ ଅଫିସର ସାରା ଶର୍ମାଙ୍କ ବଦଳି କ୍ରାଇମ୍‌ବ୍ରାଞ୍ଚର ସିଆଇଡିକୁ ହୋଇଛି। ସେ ଏବେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରେ ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ସେହିପରି ବ୍ରହ୍ମପୁର ଏସ୍‌ଡିପିଓ ଭାବେ କାର୍ଯ୍ୟରତ ୨୦୧୫ ବ୍ୟାଚ୍‌ର ଆଇପିଏସ ଅଫିସର ପଦ୍ମିନୀ ସାହୁଙ୍କୁ ପାନପୋଷ ଏସ୍‌ଡିପିଓ ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର