ଆଇପିଏସ୍ ସ୍ତରରେ ଅଦଳବଦଳ: ଯଶୱନ୍ତ ଜେଠ୍‌ୱା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବରିଷ୍ଠ ଆଇପିଏଏସ୍ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବେ ନୂଆ ଦାୟିତ୍ୱ ମିଳିଛି । ଲଲିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଓ ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।

ସେହିପରି ଆରକେ ଶର୍ମାଙ୍କୁ ଆଇନ ଶୃଙ୍ଖଳା ଏଡିଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ଦାୟୀତ୍ୱ ଦିଆଯାଇଛି । ଅରୁଣ ବୋଥ୍ରା ପରିବହନ କମିସନ ଭାବେ ଦାୟିତ୍ୱ ତୁଲାଇବେ । ସଂଜୀବ ପଣ୍ଡାଙ୍କୁ ମିଳିଲା କ୍ରାଇମବ୍ରାଞ୍ଚର ଏଡିଜି ଦାୟିତ୍ୱ ମିଳିଛି । ତାଙ୍କ ହାତରେ ଅତିରିକ୍ତ ଭାବେ ପୁଲିସ ଗୃହନିର୍ମାଣ ଦାୟିତ୍ୱରେ ରହିବ ।

ସମ୍ବନ୍ଧିତ ଖବର