ଆଇଆଇଟି ମାଡ୍ରାସ୍‌ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଜାତୀୟସ୍ତରରେ ସାମଗ୍ରିକ ସଫଳତା ବର୍ଗରେ ଆଇଆଇଟି ମାଡ୍ରାସ୍‌ ଏଥର ମଧ୍ୟ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପ୍ରଥମ ସ୍ଥାନ ବଜାୟ ରଖିଛି। ଆଇଆଇଏସ୍‌ ବେଙ୍ଗାଲୁରୁ ଦ୍ବିତୀୟ, ଆଇଆଇଟି ବମ୍ବେ ତୃତୀୟ, ଆଇଆଇଟି ଦିଲ୍ଲୀ ଚତୁର୍ଥ, ଆଇଆଇଟି କାନପୁର ୫ମ, ଆଇଆଇଟି ଖଡ଼ଗପୁର ୬ଷ୍ଠ, ଆଇଆଇଟି ରୁର‌୍‌କି ୭ମ, ଆଇଆଇଟି ଗୌହାଟୀ ୮ମ, ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟ(ଜେଏନ୍‌ୟୁ) ୯ମ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ(ବିଏଚ୍‌ୟୁ) ୧୦ମ ସ୍ଥାନରେ ରହିଛି। ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ୭ଟି ଆଇଆଇଟି ସ୍ଥାନ ପାଇଛନ୍ତି।

ବିଶ୍ବବିଦ୍ୟାଳୟ ବର୍ଗରେ ଇଣ୍ତିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ବେଙ୍ଗାଲୁରୁ ପ୍ରଥମ, ଜେଏନ୍‌ୟୁ ଦ୍ବିତୀୟ, ବିଏଚ୍‌ୟୁ ତୃତୀୟ, କଲିକତା ବିଶ୍ବବିଦ୍ୟାଳୟ ଚତୁର୍ଥ, ତାମିଲନାଡ଼ୁର ଅମ୍ରିତା ବିଶ୍ବ ବିଦ୍ୟାପୀଠମ୍‌ ୫ମ ସ୍ଥାନରେ ରହିଛି। ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ, ଆଇଆଇଟି ଦିଲ୍ଲୀ, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଇଆଇଟି ଖଡ଼ଗପୁର ଯଥାକ୍ର‌ମେ ପ୍ରଥମ ୫ଟି ସ୍ଥାନରେ ରହିଛନ୍ତି। ମ୍ୟାନେଜ୍‌ମେଣ୍ଟ ବର୍ଗରେ ଆଇଆଇଏମ୍‌ ଅହମ୍ମଦାବାଦ ପ୍ରଥମ, ଆଇଆଇଏମ୍‌ ବେଙ୍ଗାଲୁରୁ ଦ୍ବିତୀୟ, ଆଇଆଇଏମ୍‌ କୋଲକାତା ତୃତୀୟ, ଆଇଆଇଏମ୍‌ କୋଜିକୋଡ଼େ ଚତୁର୍ଥ, ଆଇଆଇଟି ଦିଲ୍ଲୀ ପଞ୍ଚମ ସ୍ଥାନରେ ରହିଛି। ମେଡିକାଲ ବର୍ଗରେ ଏମ୍‌ସ ଦିଲ୍ଲୀ ପ୍ରଥମ, ପିଜିଆଇ ଚଣ୍ତିଗଡ଼ ଦ୍ବିତୀୟ, ସିଏମ୍‌ସି ଭେଲୋର ତୃତୀୟ ସ୍ଥାନରେ ରହିଛି। ଫାର୍ମାସୀ ବର୍ଗରେ ଜାମିଆ ହମ୍‌ଦର୍ଦ ପ୍ରଥମ, ପଞ୍ଜାବ ବିଶ୍ବବିଦ୍ୟାଳୟ ଦ୍ବିତୀୟ, ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ ତୃତୀୟ ସ୍ଥାନରେ ରହିଛନ୍ତି। କଲେଜ ବର୍ଗରେ ଦିଲ୍ଲୀ ମେରଣ୍ଡା ହାଉସ୍‌ ପ୍ରଥମ, ଲେଡି ଶ୍ରୀରାମ କଲେଜ ଫର୍‌ ଓମେନ୍‌ ଦ୍ବିତୀୟ, ଚେନ୍ନାଇର ଲୟୋଲା କଲେଜ ତୃତୀୟ ସ୍ଥାନରେ ରହିଛନ୍ତି। ଆଇନ ବର୍ଗରେ ବେଙ୍ଗାଲୁରୁର ନ୍ୟାସନାଲ ଲ’ ସ୍କୁଲ ଅଫ୍‌ ଇଣ୍ଡିଆ ୟୁନିଭରସିଟି ପ୍ରଥମ ସ୍ଥାନରେ ଥିବା ବେଳେ ଆର୍କିଟେକ୍‌ ବର୍ଗରେ ଆଇଆଇଟି ରୁର୍‌କୀ, ଡେଣ୍ଟାଲରେ ମଣିପାଲ କଲେଜ ଅଫ୍‌ ଡେଣ୍ଟାଲ ସାଇନ୍ସ ଓ ଗବେଷଣା ବର୍ଗରେ ଆଇଆଇଏସ୍‌, ବେଙ୍ଗାଲୁରୁ ଦେଶରେ ପ୍ରଥମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର