ଦାମଙ୍କ ସମାଲୋଚନା, ଧର୍ମେନ୍ଦ୍ରଙ୍କ ଜବାବ

ଜମିଲା ଜୟୀ ରାଜଗୁରୁଙ୍କୁ ନେଇ ବିବାଦ

ଭୁବନେଶ୍ୱର : ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନଥିଲେ। ବରଂ ନିଜ ସ୍ୱାର୍ଥ ପାଇଁ ବ୍ରିଟିସ ସରକାରଙ୍କ ବିରୋଧରେ ଲଢ଼ିଥିଲେ ବୋଲି କୃଷି ମନ୍ତ୍ରୀ ଦାମୋଦର ରାଉତ କହିବା ପରେ ଏହାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ହେଲେ ଦାମ ନିଜ ମନ୍ତବ୍ୟରେ ଅଟଳ ଅଛନ୍ତି। ବରଂ ଯେଉଁମାନେ ମନ୍ତବ୍ୟକୁ ବିରୋଧ କରିଛନ୍ତି ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ପ୍ରଶ୍ନ ଉଠାଇଛନ୍ତି ଦାମ। ଜୟୀ ରାଜଗୁରୁଙ୍କୁ ନେଇ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଠିକ୍‌ ଥିଲା ବୋଲି କହିଛନ୍ତି। ଆଜି କହିଛନ୍ତି ଯେ, ଜୟୀ ରାଜଗୁରୁ ଜଣେ ମହାନ ବ୍ୟକ୍ତି ଓ ଜଗନ୍ନାଥ ସଂସ୍କୃତିର ପୁରୋଧା ଥିଲେ। ସେହିପରି ଦାମ ଆଜି ତାଙ୍କ ବକ୍ତବ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛନ୍ତି। କହିଛନ୍ତି, ଯଦି ଜୟୀ ରାଜଗୁରୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଥିଲେ ତେବେ ଧର୍ମେନ୍ଦ୍ର କାହିଁକି ୧୮୦୪ରୁ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା ନ କହି ୧୮୧୭ରେ ଆରମ୍ଭ ହୋଇଥିଲା ବୋଲି କହୁଛନ୍ତି। ଆଉ ୧୮୧୭କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦଲିଲ୍‌ ଉପସ୍ଥାପନ କରୁଛନ୍ତି।

ଦାମଙ୍କ ମନ୍ତବ୍ୟର ଜବାବ ରଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ଦାମ ବାବୁ ଯଦି ମହାପୁରୁଷଙ୍କୁ ସମ୍ମାନର ସଂସ୍କାର ଜାଣିନାହାନ୍ତି ତେବେ ଅପମାନିତ ନ କରନ୍ତୁ। ଓଡ଼ିଶା ରାଜ୍ୟ ସରକାର ସଂସ୍କୃତିକୁ ସମ୍ମାନ ଦେଇନାହାନ୍ତି ଏହା ତା’ର ଆଉ ଗୋଟେ ସଂସ୍କରଣ।

ସମ୍ବନ୍ଧିତ ଖବର