କାର୍ଯ୍ୟରେ ଅବହେଳା ପାଇଁ ଏବିଡିଓ ନିଲମ୍ବିତ, ଯାଜପୁର ସିଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ୍

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଅନୁପସ୍ଥିତ ଥିବା ନଜରକୁ ଆସିଥିଲା। ତେଣୁ ତାଙ୍କୁ ଆଜି କାରଣ ଦର୍ଶାଓ ନୋଟିସ କରାଯାଇଛି। ଏଥି ସହିତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ଧର୍ମଶାଳା ଓ ଯାଜପୁର ସିଡିପିଓଙ୍କ ଅନୁପସ୍ଥିତି ଯୋଗୁ ତାଙ୍କୁ କାରଣ ଦର୍ଶାଓ ନୋଟିସ ହୋଇଛି। ଏଥି ସହିତ ଯାଜପୁର ନିୟନ୍ତ୍ରିତ ବଜାର କମିଟିର ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଦାନଗଦି ବ୍କକ ଏବିଡିଓଙ୍କ ନିଲମ୍ବନ ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିବା ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ଲକଡାଉନରେ ରହିଛି  । କିନ୍ତୁ ଏହି ନିର୍ଦ୍ଦେଶକୁ ଲୋକେ ଠିକ୍ ଭାବେ ପାଳନ କରୁ ନଥିବା ଦେଖିବାକୁ ମିଳିଛି । ତେବେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ବାହାନା ଦେଖାଇ ଅଯଥା ରାସ୍ତା ଘାଟରେ ଭିଡ କରୁଛନ୍ତି । ଯାହାଫଳରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି । ସେଥିପାଇଁ  ଯାଜପୁର ଜିଲାରେ କର୍ଫ୍ୟୁ ଭଳି ନିୟମ କଡାକଡି କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ଘୋଷଣା କରିଥିଲେ। ଏହାପରଠାରୁ ଜିଲ୍ଲାପ୍ରଶାସନ କଡାକଡି ଭାବେ ଲକଡାଉନ୍ ନିୟମ ପାଳନ ହେଉଛି କି ନାହିଁ ତାହା ତଦାରଖ କରୁଛି।

ସମ୍ବନ୍ଧିତ ଖବର