ଯାଜପୁର: ଷ୍ଟୋଭ୍‌ ଫାଟିବାରୁ ପୋଡ଼ିଯାଇ ନାବାଳିକା ମୃତ

ଯାଜପୁର: ଶୁକ୍ରବାର ସକାଳେ ଏକ ଜଳନ୍ତା କିରାସିନି ଷ୍ଟୋଭ୍‌ ବିସ୍ଫୋରଣ ଯୋଗୁଁ ପୋଡ଼ି ଯାଇ ଜଣେ କିଶୋରୀଙ୍କର ମୃତ୍ୟୁ ଘଟିଛି।

ଆଜି ସକାଳ ପ୍ରାୟ ୮ଟା ବେଳେ ଯାଜପୁର ଜିଲ୍ଲା ଟାଉନ୍‌ ଥାନା ଅଧୀନ ବୈଦ୍ୟରାଜପୁର ଗ୍ରାମ ନିବାସୀ ହରିହର ସାହୁଙ୍କ ୧୬ ବର୍ଷୀୟ ଝିଅ ଲିପାରାଣୀ ଷ୍ଟୋଭ୍‌ ଲଗାଇ କ୍ଷୀର ଆଉଟୁ ଥିଲେ। କୌଣସି କାରଣରୁ ଉକ୍ତ ଷ୍ଟୋଭ୍‌ର ଟାଙ୍କି ଫାଟିଯିବାରୁ ଲିପାରାଣୀଙ୍କ ଉପରେ ଉଷୁମ କିରାସିନ ଓ ନିଅାଁ ଛିରିକି ପଡ଼ିଲା। କ୍ଷଣିକ ମଧ୍ୟରେ ତାଙ୍କ ସର୍ବାଙ୍ଗରେ ନିଅାଁ ଚରି ଯାଇଥିଲା।

+୨ରେ ପଢୁଥିବା ଲିପାଙ୍କୁ ଅତି ସାଙ୍ଘାତିକ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ତରଫରୁ ଖବର ପାଇ ଟାଉନ୍‌ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧିତ ଖବର