ଦିଲ୍ଲୀ ଏମ୍‌ସ ଗଲେ ଜୟନାରାୟଣ

କଟକ : ଆଜି ରାଜଧାନୀ ଏକ୍ସପ୍ରେସ୍‌ରେ ପୁଲିସ ସୁରକ୍ଷା ବଳୟରେ ଦିଲ୍ଲୀ ଏମ୍‌ସକୁ ଚିକିତ୍ସା ପାଇଁ ଯାଇଛନ୍ତି ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର। ତାଙ୍କ କିଛି ଘନିଷ୍ଠ ସହଯୋଗୀ ମଧ୍ୟ ଦିଲ୍ଲୀ ଯାଇଛନ୍ତି। ସକାଳ ୮ଟାରେ ବଡମେଡିକାଲରୁ ଷ୍ଟେସନ୍‌ ଯିବା ସମୟରେ ନିଜ ଚିକିତ୍ସା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜୟନାରାୟଣ। ବୁର୍ଲାରୁ କଣ ପାଇଁ ଏମ୍‌ସକୁ ସିଧାସଳଖ ପଠାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଜଣେ ଅଧିକାରୀ, ଏପିଆର ଓ ସୋହେଲା ଜେଲ କର୍ମଚାରୀଙ୍କ ସହ କଟକ ଏସ୍‌ସିବିରେ ଚିକିତ୍ସାଧୀନ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଆଜି ସକାଳେ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। କଟକ ଷ୍ଟେସନ୍‌ରୁ ସେ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଯାଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ସପ୍ତାହେ ହେଲାଣି ଜୟନାରାୟଣଙ୍କୁ ଦିଲ୍ଲୀ ଏମ୍‌ସ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ବିଭିନ୍ନ କାରଣରୁ ଦିଲ୍ଲୀ ଯାଇନଥିଲେ। ସୋହେଲା ଜେଲରେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ବୁର୍ଲା ଓ ପରେ କଟକ ବଡମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ପଠାଯିବାକୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର