ଭୁବନେଶ୍ୱର : ଦେଶରେ ଥିବା ସମସ୍ତ ଆଇଆଇଟି ସମେତ ଧାନବାଦସ୍ଥିତ ଆଇଏସ୍ଏମ୍ରେ ନାମଲେଖା ଲାଗି ରବିବାର ଜେଇଇ ଆଡଭାନ୍ସଡ୍ ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତବର୍ଷ ସର୍ବଭାରତୀୟସ୍ତରରେ ୨ ଲକ୍ଷ ୩୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଓଡ଼ିଶାରୁ ୬୦୦୪ ଜଣ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ପେପର୍-୧ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ। ସେହିପରି ପେପର-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ। ଜୁନ୍ ୧୦ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଆର୍କିଟେକଚର୍ ଆପ୍ଟିଚ୍ୟୁଡ୍ ଟେଷ୍ଟ(ଏଏଟି) ଜୁନ୍ ୧୪ରେ ହେବ। ଏହାର ଫଳ ଜୁନ୍ ୧୮ରେ ବାହାରିବ। ଏଏଟି ପାଇଁ ଜୁନ୍ ୧୦ ତାରିଖ ପୂର୍ବାହ୍ଣ ୧୦ଟାରୁ ୧୧ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ପଞ୍ଜୀକୃତ କରିପାରିବେ। ଜୁନ୍ ୧୯ରୁ ଜୁଲାଇ ୧୫ ମଧ୍ୟରେ ଏଏଟିର ସିଟ୍ ଆଲଟ୍ମେଣ୍ଟ ହେବ ବୋଲି ସୂଚନା ମିଳିଛି।