ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂହ

ଭୁବନେଶ୍ୱର: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ଏହି ଇସ୍ତଫା ପତ୍ର ଦେଇଛନ୍ତି । ଯୋଗେଶ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ପାଇଁ ଗତ ୧୭ ତାରିଖରେ କଂଗ୍ରେସରୁ ନିଲମ୍ବନ ହୋଇଥିଲେ । ଏହାପରେ ଯୋଗେଶ ଦଳରୁ ଇସ୍ତଫା ଦେବା ପରେ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ।

ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଦଳର ବରିଷ୍ଠ ନେତାମାନେ କଂଗ୍ରେସର ହାତ ଛାଡ଼ୁଛନ୍ତି ତ ଆଉ କାହାକୁ ‘ହାତ’ ନିଜେ ଛାଡ଼ି ଦେଉଛି । ସେପଟେ ଏଭଳି ଜଣକ ପରେ ଜଣ ବିଧାୟକ ଦଳ ଛାଡ଼ିବା ଆଉ ବହିଷ୍କାର ହେବା ବିଧାନସଭାରେ ବିରୋଧିଦଳନେତା ପଦ ସଙ୍କଟରେ ପଡ଼ିଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର