ଜଷ୍ଟିସ୍‌ ଏମ୍.ଏମ୍‌.ଦାସ କମିସନ: ୧୦ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ

କଟକ : ଚିଟ୍‌ଫଣ୍ତ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ତଦନ୍ତ ତ୍ବରାନ୍ବିତ କରିଛନ୍ତି। ୨୦ଟି ଚିଟଫଣ୍ଡ ସଂସ୍ଥାର ପ୍ରାୟ ୧୦ ହଜାର କ୍ଷୁଦ୍ର ଜମାକରୀଙ୍କୁ କମିସନ୍ ଚିହ୍ନଟ କରିଛନ୍ତି। ଏଥି ମଧ୍ୟରେ ଆଞ୍ଜେଲ ଆଗ୍ରିଟେକ୍ ଗ୍ରୁପ୍ ଅଫ୍ କମ୍ପାନିଜର ୮ ହଜାର ୮୮୬୨ ଜଣ କ୍ଷୁଦ୍ର ଜମାକରୀ ରହିଛନ୍ତି। ଆଞ୍ଜେଲ ଗ୍ରୁପର ଦୁଇଟି ତଦନ୍ତ ମାମଲାର ଶୁଣାଣି କରି କମିସନ ଯଥାକ୍ରମେ ୬୪୪୧ ଜଣ ଓ ୨୪୦୧ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ପୂର୍ବରୁ କମିସନ୍ ଏହି ସଂସ୍ଥାର ମୁଖ୍ୟ ଡେଭିଡ ହସ୍‌ଲଫ୍‌ଙ୍କୁ ଏହି ଦୁଇଟି ତଦନ୍ତ ମାମଲାରେ ନୋଟିସ୍ ଜାରି ଜମାକରୀଙ୍କ ଦାବି ଉପରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁଇ ତଦନ୍ତ ମାମଲାର ଶୁଣାଣି ସମୟରେ ସଂସ୍ଥା ପକ୍ଷରୁ କେହି ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ସତ୍ୟପାଠରେ ଥିବା ତଥ୍ୟ ଆଧାରରେ କମିସନ୍ ଏହି ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ସେହିଭଳି ଏମଆରଏସ୍ ଆଗ୍ରୋ‌ଟେକର ୨୩୪ ଜଣ, ଆଞ୍ଜେଲ ରୁରାଲ ଡେଭେଲପମେଣ୍ଟ ଲିମିଟେଡର ୨୭୬ ଜଣ, ଅନ୍ବେଷା ଇନ୍ ଇଣ୍ଡିଆ ଲିମିଟେଡର ୧୯୨ ଜଣ, ଅଲକେମିଷ୍ଟ ହୋଲ୍ଡିଂ ଲିମିଟେଡର ୩୭୯ଜଣ, ମିଲନ ଜ୍ୟୋତି ଇଣ୍ଟରନ୍ୟାସନାଲର ୧୭୮ ଜଣ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍ ଚିହ୍ନଟ କରିଛନ୍ତି।

ଏଠାରେ ସୂଚନା ‌େଯାଗ୍ୟ ଯେ କମିସନ୍ ଏ ପର୍ଯ୍ୟନ୍ତ କମିସନଙ୍କୁ ୬ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ୨୦୧୯, ଫେବ୍ରୁଆରି ୧୨ରେ କମିସନ ସରକାରଙ୍କୁ ଷଷ୍ଠ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟରେ ୧ ଲକ୍ଷ ୪୩ ହଜାର ୪୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସ˚ଗରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର