ଦାଦନ ଖଟିବାକୁ ଯାଇ ନିଜ ସ୍ତ୍ରୀଙ୍କୁ ଦିଲ୍ଲୀରେ ବିବାହ କରାଇଦେଲା କଳାହାଣ୍ଡିର ଯୁବକ, ଅଭିଯୁକ୍ତ ଥାନାରେ ଅଟକ

କେସିଙ୍ଗା: କଳାହାଣ୍ଡି ଜିଲା ପୁଣି ଚର୍ଚ୍ଚାକୁ ଆସିଛି। ଜିଲ୍ଲାର ନର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଅନ୍ୟ ରାଜ୍ୟରେ ଜଣକୁ ବିବାହ କରିଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ  ଝିଅର ପାରିବାର ଲୋକ ନର୍ଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ସ୍ୱାମୀଙ୍କୁ ଅଟକ ରଖିଛି।

ପ୍ରେମ ସତ୍ୟ ଚିରନ୍ତନ, ଶାଶ୍ଵତ ବିଶ୍ଵାସର ପ୍ରତୀକ, ତେବେ ବେଳେ ବେଳେ ପ୍ରେମ ବି ଛଲନାର ଶିକାର ହୋଇଥାଏ। ଏପରିକି ପ୍ରେମିକାର ସରାଳତାର ସୁଯୋଗ ନେଇ ପ୍ରେମିକା ଓ ନିଜ ଭଲପାଇ ଥିବା ସ୍ତ୍ରୀକୁ ବି ଶାଗ ମାଛ ଦରରେ ବିକ୍ରି କରି ଅନ୍ୟ ଜଣେ ଅଚିହ୍ନା ପୁରୁଷର ହାତ ଧରେଇ ନିଜେ ମୁକ୍ତ ହେବା  ଭଳି ବିରଳ ଘଟଣା ସାମ୍ନା କୁ ଆସିଛି। ଘଟଣାଟି କଳାହାଣ୍ଡି ଜିଲ୍ଲାର ହୋଇଥିବା ବେଳେ ନର୍ଲା ଥାନାରେ ଛଳନା କରିଥିବା ଠକ ପ୍ରେମିକକୁ ଅଟକ ରଖିଛି ନର୍ଲା ଥାନା ପୁଲିସ।

ଘଟଣାରୁ ପ୍ରକାଶ ଯେ ଗତ ଅକ୍ଟୋବର ୩୦ ତାରିଖ ଦିନ ଦାଦନ ଖଟିବାକୁ ସ୍ବାମୀ ଓ ସ୍ତ୍ରୀ ଦୁହେଁ ଦିଲ୍ଲୀକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ୨ ତାରିଖ ସ୍ବାମୀ କ୍ଷୀରା ବେରୁକ୍ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ହାତରେ ନିଜର ସ୍ତ୍ରୀଙ୍କୁ ବିବାହ କରିଦେଇଥିବା ଅଭିଯୋଗ ହୋଇଛି। ଏହାପରେ କ୍ଷୀରା ନିଜ ଘରକୁ ଚାଲି ଆସିଥିଲା। ଗତ ୫ ତାରିଖ ମହିଳା ଜଣକ ଏ ବିଷୟରେ ବାପା କୁଳମଣି ଭୋଇଙ୍କୁ ମୋବାଇଲ ଫୋନ୍‌ରେ ସବୁକଥା କହିଥିଲେ। ପରେ ପରେ ନଭେମ୍ବର ୬ ତାରିଖ ଦିନ କୁଳମଣି ଭୋଇ ନିଜର ଜ୍ବାଇଁ କ୍ଷୀରାଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ଲା ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ କ୍ଷୀରାଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରିଥିବା ଜଣାପଡିଛି।

 

ସମ୍ବନ୍ଧିତ ଖବର