ପରୀକ୍ଷା ଘୁଞ୍ଚାଇବା ଦାବିରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

ଭବାନୀପାଟଣା : ପରୀକ୍ଷା ଘୁଞ୍ଚାଇବା ଦାବିରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସୋମବାର ଗେଟ ସମ୍ମୁଖରେ ଧାରଣା ଦେଇଥିଲେ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ବିଶ୍ବବିଦ୍ୟାଳୟ ତୃତୀୟ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ନେଇ ସୋମବାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଶତାଧିକ ଛାତ୍ରଛାତ୍ରୀ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୋଭିଡ କଟକଣା ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଚଳିତ ମାସ ୧୯ ତାରିଖରୁ ତୃତୀୟ ସେମିଷ୍ଟାର ପରୀକ୍ଷା ନିମନ୍ତେ ସମୟ ଧାର୍ଯ୍ୟ ହୋଇଛି। ଛାତ୍ରଛାତ୍ରୀ ଠିକ୍‌ ଭାବରେ ଶିକ୍ଷାଦାନ ପାଇନଥିବା ଯୋଗୁଁ କିଭଳି ଭାବେ କମ୍‌ ସମୟ ମଧ୍ୟରେ ପରୀକ୍ଷା ଦେବେ ସେଥିନିମନ୍ତେ ଉଦବେଗ ପ୍ରକାଶ ପାଇଛି।

ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟରେ ୟୁଜି, ବିବିଏ, ବିସିଏ ଛାତ୍ରଛାତ୍ରୀ ମାନଙ୍କ ତୃତୀୟ ସେମିଷ୍ଟାର ପରୀକ୍ଷା ୧୯ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଛାତ୍ରଛାତ୍ରୀମାନେ ଗେଟ୍‌ ସମ୍ମୁଖରେ ବହୁ ସମୟ ଧରି ପିକେଟିଂ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରୀକ୍ଷା ଘୁଞ୍ଚା ନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର