ଫୋକସରେ ଚାଷୀ କାର୍ଡ : କଂଗ୍ରେସର ଋଣଛାଡ ବନାମ ନବୀନଙ୍କ କାଳିଆ

୧୨.୪୫ଲକ୍ଷ ଆକାଉଣ୍ଟକୁ ସିଧାସଳଖ ଯିବ ଟଙ୍କା, ବିଜେଡି ଆଣିଲା ସମଦୂରତ୍ବ, ସମଗୁରୁତ୍ବ ଫର୍ମୁଲା

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଗତ ଦୁଇଥର (ବାରିପଦା, ବଲାଙ୍ଗୀର) ଓଡ଼ିଶା ଗସ୍ତରେ ଆସିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାନ୍ତରାଳ ସଭା କରି ଚ୍ୟାଲେଞ୍ଜ ଦେଇଥିଲେ। ଥରେ ମିସନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ମହିଳା କାର୍ଡ ଓ ଅନ୍ୟଟି ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।

ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମାନ ଦୂରରେ, େମାଦୀଙ୍କ ପାଇଁ େଯମିତି କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ପାଇଁ ବି ସେମିତି, ଅର୍ଥାତ୍ ଉଭୟଙ୍କୁ ‘ସମଦ୍ବରତ୍ବ ଓ ସମଗୁରୁତ୍ବ’ ଏମିତି ସଙ୍କେତ ଦେବା ଲାଗି ଆସନ୍ତାକାଲି ପୁରୀରେ ପୁଣି ଲକ୍ଷାଧିକ ଚାଷୀଙ୍କୁ ବିଜେଡି ଏକାଠି କରୁଛି। କଂଗ୍ରେସ ଋଣ ଛାଡ ପ୍ରସଙ୍ଗକୁ ମୁକାବିଲା କରିବା ଲାଗି ନବୀନ ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀରୁ ତାଙ୍କରି ନାଁରେ ଥିବା କାର୍ଯ୍ୟକ୍ରମକୁ ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଅର୍ଥାତ୍ ଋଣ ଛାଡ ପ୍ରତିଶ୍ରୁତିର ମୁକାବିଲା ପାଇଁ ନବୀନଙ୍କ ଏହି ଚାଷୀ କାର୍ଡ ଉଦ୍ଦିଷ୍ଟ େବାଲି ରାଜନୈତିକ ମହଲ ବିଚାର କରୁଛନ୍ତି। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ନବୀନ ଏହି େଯାଜନାରେ ୧୨ଲକ୍ଷ ୪୫ ହଜାର ୯୪୦ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ପଠାଇବେ। ନବୀନଙ୍କର ଏହି େଗାଟିଚାଳନା ଉଭୟ କଂଗ୍ରେସ ଓ ବିେଜପି ବିେରାଧରେ ଉଦ୍ଦିଷ୍ଟ ଏବଂ ନିର୍ବାଚନ ପରିପ୍ରେକ୍ଷୀରେ େଭାଟ ବ୍ୟାଙ୍କ ନିକଟରେ ପହଞ୍ଚିବା ଲାଗି ଏକ ବଡ଼ ଅଭିଯାନ େବାଲି କୁହାଯାଉଛି।

ରାଜନୈତିକ ମହଲର କହିବା କଥା, ସରକାରଙ୍କ କାଳିଆ ଯୋଜନା ଜନ୍ମ େନବା ପରଠାରୁ କଂଗ୍ରେସ ନେତାମାନେ ଏହାକୁ କଡ଼ା ସମାେଲାଚନା ଓ ତାଚ୍ଛଲ୍ୟ କରୁଛନ୍ତି। େସମାନଙ୍କ ଦାବି ଚାଷୀଙ୍କୁ ଋଣ ଛାଡ଼ କରାଯାଉ। ରାହୁଲ ମଧ୍ୟ କଂଗ୍ରେସ କ୍ଷମତାକୁ ଆସିଥିବା ୩ଟି ରାଜ୍ୟର (ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ) ନିର୍ବାଚନ ପୂର୍ବରୁ ଋଣ ଛାଡ଼ କଥା ନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଓ ଦଳ କ୍ଷମତାକୁ ଆସିଲା ପରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ଶ୍ରୀ ଗାନ୍ଧୀ ଆଉ ଦୁଇପାଦ ଆଗକୁ ଯାଇ କହିଛନ୍ତି, କେନ୍ଦ୍ରରେ କ୍ଷମତାକୁ ଆସିଲେ ସମଗ୍ର ଦେଶରେ ଚାଷୀଙ୍କ ଋଣ ଛାଡ଼ କରାଯିବ।

ରାହୁଲଙ୍କ ରାସ୍ତାରେ ଯାଇ ବିେଜପି କିଛି ରାଜ୍ୟରେ ମଧ୍ୟ ଋଣ ଛାଡ କରିଛି। ହେଲେ ଜାତୀୟସ୍ତରରେ ଋଣ ଛାଡ ଧାରାକୁ ବିେଜଡି ହିଁ ଭାଙ୍ଗିଥିଲା। ନବୀନ ସରକାର ଋଣ ଛାଡ଼ ବିପକ୍ଷରେ ମତ ରଖିବା ସହିତ ବିକଳ୍ପ େଯାଜନା ଗ୍ରହଣ କରିଥିଲେ। ପରେ ପରେ ନରେନ୍ଦ୍ର େମାଦୀ ମଧ୍ୟ ଏହି ଧାରାରେ ଯିବା ଲାଗି ନିଷ୍ପତ୍ତି େନଇଛନ୍ତି ଓ ଅନୁରୂପ ଏକ େଯାଜନା ଖୁବ୍‌ଶୀଘ୍ର େକନ୍ଦ୍ର ସରକାର େଘାଷଣା କରିବେ େବାଲି କୁହାଯାଉଛି। େଯହେତୁ ଆସନ୍ତାକାଲି ରାହୁଲ ଓଡ଼ିଶା ଆସିବେ, ପୁଣି ଋଣ ଛାଡ ପ୍ରସଙ୍ଗ ଉଠାଇବେ। ହେଲେ ବିେଜଡିର କହିବା କଥା ହେଉଛି, ନବୀନ ଆସନ୍ତାକାଲି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ଦେଇ ସଙ୍କେତ ଦେବାକୁ ଚାହୁଁଛନ୍ତି େଯ ଅଳ୍ପ ସଂଖ୍ୟକ ଋଣ ଗ୍ରହୀତା ନୁହନ୍ତି ବରଂ ସମୁଦାୟ ଦୁର୍ବଳ ଚାଷୀଙ୍କ ପାଖରେ ସରକାର ରହିବାକୁ ଚାହୁଁଛନ୍ତି। ସେମାନଙ୍କୁ ଚାଷ ପାଇଁ ସହାୟତା ଦିଆଯିବ, ଭୂମିହୀନଙ୍କୁ ବି।

କଂଗ୍ରେସ-ବିେଜଡିର ଆଭିମୁଖ୍ୟରୁ ଏତିକି ସଙ୍କେତ ମିଳୁଛି େଯ ଆସନ୍ତାକାଲି ଚାଷୀ ପ୍ରସଙ୍ଗରେ ରାହୁଲ-ନବୀନ ଓଡ଼ିଶାରେ ମୁହାଁମୁହିଁ େହାଇପାରନ୍ତି।

ସମ୍ବନ୍ଧିତ ଖବର