ସୁକିନ୍ଦା ମାଟି ଆଜି ପିତା-ପୁତ୍ରଙ୍କ ବଳିଷ୍ଠ ନେତୃତ୍ବରେ ସମୃଦ୍ଧ: ପ୍ରସନ୍ନ ପାଟଶାଣୀ

କଳିଙ୍ଗନଗର ଷ୍ଟିଲ କନ୍‌କ୍ଲେଭ୍‌-୨୦୨୩

ଯାଜପୁର/ଦାନଗଦୀ: ସମ୍ପଦର ସୁବିନିଯୋଗ କରି ଓଡ଼ିଶା ଆଜି ବିକାଶର ଶିଖର ଛୁଇଁଛି। ଦିନେ ଦେଶର ୧୦ଟି ଦରିଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆଜି ବିକାଶଶୀଳ ରାଜ୍ୟରେ ପରିଣତ ହୋଇଛି। ଯାହାର ପ୍ରତିଫଳନ ଆଜି କଳିଙ୍ଗନଗର ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ବିଜେଡି ରାଜ୍ୟ ଉପସଭାପତି ଡକ୍ଟର ପ୍ରଫୁଲ୍ଲ ଘଡ଼ାଇ କହିଛନ୍ତି। ଆଜି ଷ୍ଟିଲ୍ କନକ୍ଲେଭ୍ -୨୦୨୩ର କଳିଙ୍ଗନଗର ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଅନ୍ୟତମ ମୁଖ୍ୟଅତିଥି ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟଶାଣୀ କହିଲେ, ରାଜ୍ୟ ବିକାଶପଥରେ ଅଗ୍ରସର। ହକି ପାଇଁ ଆଜି ବିଶ୍ବ ଦରବାରରେ ଓଡ଼ିଶା ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓଡ଼ିଶାର ବିକାଶ ଓ ସମ୍ମାନ ବୃଦ୍ଧି କରିବାରେ ସଫଳ ହୋଇଛି। ସୁକିନ୍ଦା ଅଞ୍ଚଳ ବିକଶିତ ହୋଇଛି। ରାଜନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ସୁଯୋଗ୍ୟ ସନ୍ତାନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସୁକିନ୍ଦା ମାଟିର ଗର୍ବ ଓ ଗୌରବ। ପିତାପୁତ୍ରଙ୍କ ପାଇଁ କଳିଙ୍ଗନଗର ଜାତୀୟସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଉତ୍ସବର ମୁଖ୍ୟ ପୁରୋଧା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଏହି ଉତ୍ସବ ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

କଳିଙ୍ଗନଗର ଏଡିଏମ୍ ସନ୍ତୋଷ ମିଶ୍ର ସ୍ୱାଗତ ଭାଷଣ, ପୁପିନ୍ଦର ଓ ଗୁନଗୁନ ଉଦ୍‌ଘୋଷକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସତ୍ୟ ଓ ସାଗରିକା ଗ୍ରୁପ ଦ୍ଵାରା ମାଆର ମମତା ନାଟକ ମଞ୍ଚସ୍ଥ ହୋଇଥିଲା। ସନ୍ଧ୍ୟାରେ ୟୁ ଟ୍ୟୁବର୍ ବଣ୍ଟି, କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଗ୍ରୁପ ଦ୍ଵାରା ସଙ୍ଗୀତ ପରିବେଷଣ ସହ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ନୃତ୍ୟାଭିନୟ ଦର୍ଶକଙ୍କ ମନ ମୋହିଥିଲା। ସଭାରେ ଦାନଗଦୀ ବ୍ଲକ୍ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଦାନଗଦୀ ବ୍ଲକ୍ ଉପାଧ୍ୟକ୍ଷ ଅଜୟ ବିନ୍ଧାଣୀ, ସୁକିନ୍ଦାର ଉପାଧ୍ୟକ୍ଷ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲାପରିଷଦ ସଭ୍ୟସଭ୍ୟାଙ୍କ ମଧ୍ୟରେ ସ୍ମୃତିରାଣୀ ରାଉତ, ଟିନା ହାଇବ୍ରୁ, ସୁଚିତ୍ରା ବିଶ୍ବାଳ, ଜେମା ଚାଖୀ, ସାଧୁଚରଣ ତୀୟୁ, ପ୍ରତାପ ପଟ୍ଟନାୟକ, ବାବୁଲି ନାଟିଆ, ବଇନ ରାଉତ ଯୋଗ ଦେଇଥିଲେ।

କଳିଙ୍ଗନଗର ମହୋତ୍ସବ କୁଟୀର ଶିଳ୍ପ ଓ ବୃହତ୍‌ ଇସ୍ପାତ ଶିଳ୍ପର ସମନ୍ବୟ: ମନ୍ତ୍ରୀ ଘଡ଼ାଇ

କରୋନା ପରେ ଚଳିତ ବର୍ଷ କଳିଙ୍ଗନଗର ମହୋତ୍ସବ ଷ୍ଟିଲ କ‌ନକ୍ଲେଭ୍-୨୦୨୩ ରୂପେ ଆତ୍ମପ୍ରକାଶ କରିଛି। ଏହି ଉତ୍ସବର ପ୍ରଦର୍ଶନୀ ମଣ୍ଡପରେ ଇସ୍ପାତ ଶିଳ୍ପାନୁଷ୍ଠାନ ସ୍ଥାନ ପାଇବା ସହିତ ଆମ ଜିଲ୍ଲାର ଅନେକ କୁଟୀର ଶିଳ୍ପର ଉତ୍ପାଦନ ସାମଗ୍ରୀ ସ୍ଥାନ ପାଇଛି। ବୃହତ୍‌ ଶିଳ୍ପ ସହିତ କୁଟୀର ଶିଳ୍ପର ସମନ୍ବୟ କରିବାରେ ଷ୍ଟିଲ୍ କନକ୍ଲେଭ୍-୨୦୨୩ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବ‌ୋଲି ଉତ୍ସବର ମୁଖ୍ୟ ପୁରୋଧା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଂଜନ ଘଡ଼ାଇ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଗତିକୁ ଗୁରୁତ୍ବ ଦେଉଥିବାବେଳେ ତାହାର ଏକ ଝଲକ ଏଥର ଷ୍ଟିଲ୍ କନକ୍ଲେଭ୍‌ରେ ପ୍ରଦର୍ଶିତ ହୋଇଛି। ଆଗାମୀ ବର୍ଷ ୨୦୨୪ ପ୍ରାରମ୍ଭର ଏହା ଏକ ପୂର୍ଣ୍ଣାଙ୍ଗ ପ୍ରତିଫଳନ କରାଯିବ ବୋଲି ମନ୍ତ୍ରୀ ଇଂ ଘଡ଼ାଇ କହିଛନ୍ତି।

କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କଳିଙ୍ଗନଗର ଉତ୍ସବର ଦ୍ବିତୀୟ ଦିନକୁ ଆଜି ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା ଯୋଗ, ନୃତ୍ୟ, ହାସ୍ୟରୋଳ, ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଷ୍ଟିଲ କନକ୍ଲେଭ୍-୨୦୨୩ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଆଗାମୀ ଦିନର ଭବିଷ୍ୟତ କୁନିକୁନି ପିଲାମାନଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସ୍ଥାନୀୟ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଉତ୍ସାହିତ କରି ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଗଣଶିକ୍ଷା ବିଭାଗର ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର