ପ୍ରତିଶୋଧ ନେଲେ ବାପା: ଝିଅକୁ ଅସଦ୍‌ବ୍ୟବହାର କରିଥିବା ଯୁବକକୁ ଗୁଳି କରି ହତ୍ୟା

ପୋଲସରା : ୬ ମାସ ତଳେ ଝିଅକୁ ଅସଦ୍‌ବ୍ୟବହାର କରିଥିଲେ ଜଣେ ଯୁବକ। ବାପାଙ୍କ ମନରୁ ସେହି କ୍ରୋଧ ଯାଇନଥିଲା। ସେ କେବଳ ସୁଯୋଗ ଅପେକ୍ଷା ଥିଲେ। ଗତକାଲି ସୁଯୋଗ ପାଇବା ମାତ୍ରକେ ସମ୍ପୃକ୍ତ ଯୁବକକୁ ଗୁଳିକରି ହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ରାମ୍ପୁଡ଼ି ଗ୍ରାମରେ।

ମୃତକ ଜଣକ ହେଲେ କାର୍ତ୍ତିକ ଶବର (୪୦)। ୬ ମାସ ତଳେ କାର୍ତ୍ତିକ ସେହି ଗ୍ରାମର ଲଡ଼ୁ ଶବର ନାମକ ଜଣେ ବ୍ୟକ୍ତିଙ୍କ ଝିଅ ପ୍ରତି ଅସଦାଚରଣ କରିଥିଲେ। ଏହାକୁ ନେଇ ବିବାଦ ଲାଗି ରହିଥିଲା। ଘଟଣା ପରେ କାର୍ତ୍ତିକ ଫେରାର୍ ହୋଇଯାଇଥିଲେ। ତେବେ ପ୍ରତିଶୋଧ ନେବାକୁ ଲଡ଼ୁ ସୁଯୋଗ ଖୋଜୁଥିଲେ ଲଡୁ। ଗତକାଲି ସନ୍ଧ୍ୟାରେ କାର୍ତ୍ତିକଙ୍କ ଘର ପଛପଟେ ଲୁଚି ରହିଥିଲେ ଲଡ଼ୁ। କାର୍ତ୍ତିକଙ୍କୁ ଦେଖିବା ମାତ୍ରକେ ସେ ଦେଶୀ ବନ୍ଧୁକରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ଲଡ଼ୁ ଟଳିପଡ଼ିଥିଲେ।

ଖବର ପାଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। କାର୍ତ୍ତିକଙ୍କ ପତ୍ନୀ ପ୍ରମିତାଙ୍କ ଏତଲା ଅନୁସାରେ କେସ୍ ନମ୍ବର ୩୭ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଥିବା ବେଳେ ଅଭିଯୁକ୍ତ ଲଡ଼ୁଙ୍କୁ ଅଟକ ରଖାଯାଇଛି। ତାଙ୍କଠାରୁ ଦେଶୀ ବନ୍ଧୁକ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର