୨୧ରେ ସଂକୀର୍ତନ ସମାବେଶ

ଭୁବନେଶ୍ୱର : ଆସନ୍ତା ୨୧ତାରିଖରେ ରାଜଧାନୀରେ ଅନୁଷ୍ଠିତ ହେବ ସଂକୀର୍ତନ ସମାବେଶ। ଶ୍ରୀ ଶ୍ରୀ ଜଗନ୍ନାଥ କଳାସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ, ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସଂକୀର୍ତନ ମଣ୍ଡଳୀ ଓ ସାଧୁ ସନ୍ଥ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଶ୍ରୀନାମ ସଂକୀର୍ତନ ବାହାରି ନଗର ପରିକ୍ରମା କରିବ। ଶୋଭାଯାତ୍ରା ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବ। ସମାବେଶରେ ଧର୍ମ ସଂପର୍କରେ ଆଲୋଚନା ହେବ ବୋଲି ସଭାପତି ଦିବାକର ପାତ୍ର, ସଂପାଦକ ଶିବ ପ୍ରସାଦ ସ୍ୱାଇଁ, ରାଜ୍ୟ ସଂଯୋଗକ ବିପିନ ବିହାରୀ ଦାସ ଓ ସହ ସଂପାଦକ ଚନ୍ଦ୍ରଶେଖର ସାମଲ ପ୍ରମୁଖ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର