ପୁଣି ଦୁଇ କରୋନା ଯୋଦ୍ଧାଙ୍କୁ କରୋନା, ଛତ୍ରପୁର ଏସଡିପିଓ ଏବଂ ଆଇଆଇସି କରୋନାରେ ଆକ୍ରାନ୍ତ

ବ୍ରହ୍ମପୁର: ପୁଣି ଦୁଇଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ଦୁହେଁ ଗଞ୍ଜାମ ଜିଲ୍ଲାର ବୋଲି ଜଣାଯାଇଛି। ଆଜି ଏନେଇ ଗଞ୍ଜାମ ଏସପି ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଛତ୍ରପୁର ଏସଡିପିଓ ଏବଂ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଉଭୟଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।


ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାରେ ଗତକାଲି ପୁଣି ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । କିଛି ଦିନ ପୂର୍ବରୁ ଜିଲ୍ଲାରେ କରୋନା ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ୧୦ ତାରିଖ ଦିନ ଜଣେ ଚିହ୍ନଟ ହୋଇଥିବା ବେଳେ ଆଜି ୩ ଜଣ ଚିହ୍ନଟ ହୋଇ କୋଭିଡ଼ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଚିହ୍ନଟ ହୋଇଥିବା ତିନି ସଂକ୍ରମିତଙ୍କ ମଧ୍ୟରେ ଜଣେ ସୀମାନ୍ତ ମୋଟୁ ପ୍ରବେଶ ପଥରେ କାର୍ଯ୍ୟରତ ପୁଲିସ ହାବିଲଦାର ଥିବା ବେଳେ ଜଣେ କୋରକୋଣ୍ଡା ତାର୍ଲାକୋଟାସ୍ଥିତ ଟିଏମସିର ପ୍ରବାସୀ ଓ ଅନ୍ୟ ଜଣକ ସେହି ଟିଏମସିର ଆଟାଣ୍ଡାଣ୍ଟ ବୋଲି ଜଣାପଡିଛି। ଜିଲ୍ଲାର ମୋଟ ୨୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

image source-cdc

ମୋଟୁ ସୀମାରେ ନିୟୋଜିତ ପୁଲିସ କର୍ମଚାରୀ ସଂକ୍ରମିତ ହେବା ପରେ ଏହି ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ପ୍ରଶାସନ ପକ୍ଷରୁ ମୋଟୁ ଥାନାକୁ ସିଲ୍‌ କରାଯିବା ସହ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ଥାନାରେ କାର୍ଯ୍ୟରତ ମୋଟ ୭୦ ଜଣ ପୁଲିସ କର୍ମଚାରୀଙ୍କୁ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୋଟୁ ଥାନାରେ କାର୍ଯ୍ୟରତ ସମସ୍ତ ପୁଲିସ କର୍ମଚାରୀଙ୍କ ନମୂନା ସଂଗ୍ରହ କରାଯାଇଛି ।

ସମ୍ବନ୍ଧିତ ଖବର