ମାର୍ଚ୍ଚ ୬ରୁ କୃଷି ମହୋତ୍ସବ

ଭୁବନେଶ୍ୱର : ମାର୍ଚ୍ଚ ୬ରୁ ୯ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଥମ ଥର ପାଇଁ ଏକ ନିବେଶକ ସମ୍ମିଳନୀର ଆୟୋଜନ କରାଯିବ। ପ୍ରଦର୍ଶନୀ ସ୍ଥଳରେ ୧୮ଟି କୃଷକ ଓ ବୈଷୟିକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୧୨୦ଜଣ ସଫଳ କୃଷକଙ୍କୁ ସମ୍ବର୍ଦ୍ଧିତ କରାଯିବ। ଆଜି ରାଜୀବ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର