ପଟିଆସ୍ଥିତ ଆପର୍ଟମେଣ୍ଟ ବାଲକୋନିରୁ ପଡ଼ି ଯୁବତୀ ମୃତ, କେହି ହତ୍ୟା କରିଥିବା ସନ୍ଦେହ!

ଭୁବନେଶ୍ୱର: ଭୁବନେଶ୍ୱର ପଟିଆସ୍ଥିତ ଏକ ଆପାର୍ଟମେଣ୍ଟରୁ ଶୁକ୍ରବାର ଜଣେ ଯୁବତୀ ପଡ଼ି ତାଙ୍କର ଆକସ୍ମିକ ମୃତ୍ୟୁ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମୃତ ଜିଜ୍ଞାସା ମିଶ୍ର ଭୁବନେଶ୍ୱରର ଏକ କଲ ସେଣ୍ଟରରେ କାମ କରୁଥିଲେ। ଏହି ଯୁବତୀଙ୍କର କେମିତି ମୃତ୍ୟୁ କିପରି ଘଟିଲା ତାହା ଏବେ ରହସ୍ୟ ଘେରରେ ରହିଯାଇଛି । ଶୁଣିବାକୁ ମିଳୁଛି, ମୃତକଙ୍କ ସ୍ୱାମୀ ହାଇଦ୍ରବାଦରେ କାମ କରନ୍ତି ଏବଂ ଝିଅ ଅଜାଙ୍କ ପାଖକୁ ଯାଇଥିଲା। ଆଉ ଏହି ସମୟରେ ପୁରୁଷ ବନ୍ଧୁଙ୍କ ସହ ଏହି ଆପାର୍ଟମେଣ୍ଟ ଥିଲେ ଜିଜ୍ଞାସା ।

ମୃତ ଯୁବତୀଙ୍କର ପରିବାର ଲୋକଙ୍କ କହିବାନୁସାରେ, ଘଟଣା ଘଟିବାର ପ୍ରାୟ ଅଢେଇ ଘଣ୍ଟା ପରେ ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ ତାଙ୍କ ପୁରୁଷ ବନ୍ଧୁ । ପୁଲିସ ଏହି ପୁରୁଷ ବନ୍ଧୁ ଶଶାଙ୍କଙ୍କୁ ପଚରା ଉଚରା ଜାରି ରଖିଛି। ସେପଟେ ସେହି ରାତିର କିଛି ସିସିଟିଭି ଫୁଟେଜ ସାମନାକୁ ଆସିଛି। ତେବେ ଜିଜ୍ଞାସା କେମିତି ତଳକୁ ଖସି ପଡିଲେ? ତାହା ଏବେ ରହସ୍ୟ ଘେରରେ।

ସମ୍ବନ୍ଧିତ ଖବର