ଡେଟିଙ୍ଗ୍‌ ଆପ୍‌ ମାଧ୍ୟମରେ ପରିଚୟରୁ ବନ୍ଧୁତା;  ଶେଷରେ ବନ୍ଧୁ ହେଲା ହତ୍ୟାକାରୀ ! ଜାଣନ୍ତୁ ପୂରା କାହାଣୀ

ନୂଆଦିଲ୍ଲୀ : କିଛି ଦିନ ତଳେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଅପହରଣର ଅଭିଯୋଗ ହୋଇଥିବା ବେଳେ ଏବେ ଉକ୍ତ ଯୁବକଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ଏହି ହତ୍ୟାରେ ଡ଼େଟିଙ୍ଗ ଆପ୍‌ ମାଧ୍ୟମରେ ଭେଟିଥିବା ଯୁବକ ଜଣଙ୍କର ହାତ ରହିଛି ବୋଲି ପୁଲିସ ଜାଣିବା ପରେ  ଉକ୍ତ ଯୁବକକୁ ଗିରଫ କରିଥିବା ଜଣା ପଡ଼ିଛି । ଅଭିଯୁକ୍ତ ଜଣଙ୍କ ଜଣେ ଫ୍ୟାସନ ଡ଼ିଜାଇନର ଛାତ୍ର ବୋଲି ଜାଣିବାକୁ ମିଳିଛି । ଅଭିଯୁକ୍ତ ଇସ୍ତିଆକ୍‌ ଏବଂ ମୃତ ଆୟୁଷଙ୍କ ମଧ୍ୟରେ କିଛି କଥାକୁ ନେଇ ଝଗଡ଼ା ହେବାରୁ ଇସ୍ତିଆକ୍‌ ଏଭଳି ଅପରାଧ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଏକ ଡ଼େଟିଙ୍ଗ ଆପ୍‌ ସାହାଯ୍ୟରେ ଆୟୁଷ ଇସ୍ତିଆକ୍‌ଙ୍କୁ ଭେଟିଥିଲେ । କିଛି ଦିନ କଥା ହେବା ପରେ ଦୁହେଁ ଦୁହିଁଙ୍କୁ ଦେଖା କରିବେ ବୋଲି ଭାବିବା ସହ ୧୦ ଦିନ ମଧ୍ୟରେ ପ୍ରାୟ ୩ ଥର ଦେଖା ମଧ୍ୟ କରିଥିଲେ । ମାର୍ଚ୍ଚ ୨୨ରେ ଆୟୁଷ ଇସ୍ତିଆକ୍‌ଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହେବା ସହ ଇସ୍ତିଆକ୍‌ ଏକ ହାତୁଡ଼ି ସାହାଯ୍ୟରେ ଆୟୁଷଙ୍କ ମୁଣ୍ଡକୁ ମାରିଥିଲେ । ଏହା ପରେ ଏକ ରକ୍ତାକ୍ତ ଫଟୋକୁ  ଆୟୁଷଙ୍କ ମାତା-ପିତାଙ୍କୁ ହ୍ଵାଟ୍‌ସଆପ୍‌ କରିବା ସହ ୫୦,୦୦୦ଟଙ୍କା ମାଗିଥିଲେ । ଏହା ପରେ ଆୟୁଷଙ୍କ ମାତା-ପିତା ତୁରନ୍ତ ୫୦,୦୦୦ଟଙ୍କା ନେଇ ପୁଅକୁ ଆଣିବାକୁ ଯାଇଥିବା ବେଳେ ଏକ ଡ଼୍ରେନ୍‌ରେ ତାଙ୍କ ମୃତଦେହ ମିଳିଥିଲା ।

Digital Goa

ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛଦ କରିବା ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲେ । ଶେଷ ଥର ପାଇଁ ଆୟୁଷ ଇସ୍ତିଆକ୍‌ଙ୍କ ସହ ଯେଉଁ ରେସ୍ତୋରାଁରେ ଦେଖା ହୋଇଥିଲେ ତାହାର ସିସିଟିଭି ଚେକ୍‌ କରି ପୁଲିସ ଇସ୍ତିଆକ୍‌ଙ୍କ ପାଖରେ ପହଞ୍ଚିଥିଲା । ତାଙ୍କୁ ଗିରଫ କରି କିଛି ସମୟ ପଚରାଉଚରା କରିବା ପରେ ସେ ସବୁ ଦୋଷ ମାନି ନେଇଥିଲେ ।

 

ସମ୍ବନ୍ଧିତ ଖବର