ଛତିଶଗଡରୁ ମାଲକାନଗିରି ଦେଇ ହାଇଦ୍ରାବାଦକୁ ସଂଯୋଗ ହୋଇଥିବା ରାସ୍ତା କଡ଼ରୁ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି/ପଡ଼ିଆ : ପଡ଼ୋଶୀ ଛତିଶଗଡରୁ ମାଲକାନଗିରି ଦେଇ ହାଇଦ୍ରାବାଦକୁ ସଂଯୋଗ ହୋଇଥିବା ରାସ୍ତାରୁ ମିଳିଛି ଲ୍ୟାଣ୍ଡ ମାଇନ। ବଡ଼ ଧରଣର ହିଂସା ଘଟାଇବା ଉଦ୍ଦେଶ୍ୟରେ ଏହାକୁ ନକ୍ସଲ ଖଞ୍ଜିଥିବା କୁହାଯାଉଛି। କମ୍ବିଂ ଅପରେସନରେ ଯାଇଥିବା ଯବାନ ଏହାକୁ ଠାବ କରିବା ପରେ ଘଟଣା ସ୍ଥଳରେ ହିଁ ନିଷ୍କ୍ରିୟ କରି ଦେଇଛନ୍ତି। ଯାହାଫଳରେ ସମୟ ପୂର୍ବରୁ ବଡ଼ଧରଣର ଅଘଟଣକୁ ଟାଳି ଦିଆଯାଇଛି।

ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ମହକୁମାଠାରୁ ମାତ୍ର ୫କିଲୋମିଟର ଦୂରରେ ରହିଛି ପେଣ୍ଟା। ଏହି ଅଞ୍ଚଳ ଦେଇ ନିୟମିତ ଭାବେ ଛତିଶଗଡରୁ ହାଇଦ୍ରାବାଦ୍ ବସ୍ ଚଳାଚଳ କରୁଥିବାରୁ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ପ୍ରାୟତଃ ଯବାନମାନେ କମ୍ବିଂ ଅପରେସନ କରିଥାନ୍ତି। ଆଜି ଏହି ଅଞ୍ଚଳରେ ୧୫୦ ବାଟାଲିୟାନ ସିଆରପିଏଫ ଯବାନମାନେ ରାସ୍ତାକୁ ଯାଞ୍ଚ କରି ଯିବା ସମୟରେ ପ୍ରାୟ ୫କିଲୋ ଓଜନର ଗୋଟିଏ ଲ୍ୟାଣ୍ଡ ମାଇନ ଠାବ୍ କରିଥିଲେ। ତେବେ ଯବାନମାନେ ତାହାକୁ ନିଷ୍କ୍ରିୟ କରି ଦେଇଛନ୍ତି ବୋଲି ଡେପୁଟି କମାଣ୍ଡାଣ୍ଟ ମନିଷ ବମେଲା କହିଛନ୍ତି।

ସମ୍ବନ୍ଧିତ ଖବର