‘ହର୍ ଘର୍ ତ୍ରିରଙ୍ଗା ଅଭିଯାନ’ର ଶୁଭାରମ୍ଭ

ରାଜ୍ୟର ୧କୋଟି ଘରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ପହଞ୍ଚାଇବାକୁ ଆହ୍ବାନ
ସଂଧ୍ୟାରେ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଲେ ଶାହ

ଭୁବନେଶ୍ୱର : ସୋମବାର ଦିନ ଅପରାହ୍ନରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ରାଜ୍ୟ କାର୍ଯ୍ୟାଳୟରେ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବିଜେପିର ସମସ୍ତ ବିଧାୟକ ଓ ଅନ୍ୟ ନେତାମାନେ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ।

ଏହି ଅବସରରେ ଶ୍ରୀ ଶାହ ଲାଂଜିଆ ସଉରା ଜନଜାତି ସମ୍ପ୍ରଦାୟର ବୀରଭଦ୍ର ଦଳବେହେରା ଓ ଲକ୍ଷ୍ମୀ ଶବର, ଡଙ୍ଗରିଆ କନ୍ଧ ଜନଜାତି ସମ୍ପ୍ରଦାୟର ଗମ୍ବେରା ୱାଡ଼କା ଓ ତେଲ ୱାଡ଼କା, ଗଣ୍ଡ ଜନଜାତି ସମ୍ପ୍ରଦାୟର ମାଶୁ ଗଣ୍ଡ ଓ ବାସନ୍ତି ଗଣ୍ଡ, ଦୁରୁଆ କନ୍ଧ ସମ୍ପ୍ରଦାୟର ଜଗନ୍ନାଥ ଦୁରୁଆ ଓ କାବେରୀ ଦୁରୁଆ, ଅନୁସୁଚିତ ଜାତି ବର୍ଗର ଗଜେନ୍ଦ୍ର ସାମଲ ଏବଂ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀଙ୍କୁ ଜାତୀୟ ପତାକା ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ। ଏହାସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ରକୁ ରାଜ୍ୟର ୧କୋଟି ଘରେ ପହଞ୍ଚାଇବାକୁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ।

ସୋମବାର ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶ୍ରୀ ଶାହ ସଂଧ୍ୟାରେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରି ଯାଇଛନ୍ତି। ବିମାନବନ୍ଦରରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ବିଦାୟୀ ସମ୍ବର୍ଦ୍ଧନା ଦେଇଥିଲେ।

ସମ୍ବନ୍ଧିତ ଖବର