ଉଚ୍ଚଶିକ୍ଷା ବିଭାଗର ନୂଆ ଗାଇଡଲାଇନ୍ : ବଦଳିବ ‘ବଦଳି’ ବ୍ୟବସ୍ଥା, ୱେବସାଇଟ୍ ଜରିଆରେ ଅଧ୍ୟାପକ କରିବେ ବଦଳି ଆବେଦନ

ଭୁବନେଶ୍ବର: ଏଣିକି ମନଇଚ୍ଛା ଟ୍ରାନ୍ସଫର ଲାଗି ଆବେଦନ କରିପାରିବେନି କଲେଜ୍ ଅଧ୍ୟାପକ । ବଦଳି ଲାଗି  ଅଧ୍ୟାପକଙ୍କ କୌଣସି  ଲବି କାମ କରିବ ନାହିଁ । ଟ୍ରାନ୍ସଫର ଆବେଦନ ଲାଗି ଏକ ୱେବସାଇଟ ଖୋଲାଯାଇଛି । ପିଏମଆଇଏସ୍ ୱେବସାଇଟରେ ଅଧ୍ୟାପକ ଟ୍ରାନ୍ସଫର ଲାଗି ଆବେଦନ କରିବେ । ଉଚ୍ଚଶିକ୍ଷା ବିଭାଗ ଏ ନେଇ ଖୁବଶୀଘ୍ର ଗାଇଡଲାଇନ୍ ଆଣିବାକୁ ଯାଉଛି ।

ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ୍ ଅଧ୍ୟାପକଙ୍କ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଉପାନ୍ତ ଅଂଚଳରେ ପୋଷ୍ଟିଂ ହୋଇଥିବା ଅଧ୍ୟାପକମାନେ ବିଭିନ୍ନ କାରଣ ଦର୍ଶାଇ ଟ୍ରାନ୍ସଫର ନେଉଛନ୍ତି । ଏପରିକି ବିଭିନ୍ନ ସ୍ଥାନରେ ଲବି କରି ଅଧ୍ୟାପକମାନେ ନିଜ ଅଂଚଳକୁ ଫେରିଆସୁଥିବା ଦେଖାଯାଉଛି । ଏହାକୁ ରୋକିବାକୁ ଗାଇଡଲାଇନ୍ ଆଣିବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ ।

ସମ୍ବନ୍ଧିତ ଖବର